Posted inଜାତୀୟ

ପରିସ୍ଥିତି ହେବ ଆହୁରି ଭୟଙ୍କର: ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳିଗଲା ବର୍ଷାର ଢାଞ୍ଚା, ଆରବ ସାଗର ଗରମ ହେବାରୁ ବଢିଲା ବର୍ଷା

ନୂଆଦିଲ୍ଲୀ,୩।୮: ଗତ ଶତାବ୍ଦୀରେ ଆନ୍ଥ୍ରୋପୋଜେନିକ ବା ମାନଜନିତ କାରଣରୁ ବଢୁଥିବା ଉତ୍ତାପ ପୃଥିବୀର ୭୫ ପ୍ରତିଶତରୁ ଅଧିକ ଅଞ୍ଚଳର ବୃଷ୍ଟିପାତକୁ ବଦଳାଇ ଦେଇଛି ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି। ଏହି କଥା ଏକ ଅଧ୍ୟୟନରୁ ଜଣାପଡିଛି। ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ବୃଷ୍ଟିପାତର ଢାଞ୍ଚାକୁ ଅଧିକ ଅସ୍ଥିର ଏବଂ ଅସାଧାରଣ କରୁଛି । ବର୍ଷା ପରିବର୍ତ୍ତନର ପ୍ରଭାବ କେରଳର ୱାୟନାଡ ଜିଲାରେ ଦେଖିବାକୁ ମଳିଛି, ଯେଉଁଠାରେ ଅତ୍ୟଧିକ ବର୍ଷା ହେତୁ ଭୂସ୍ଖଳନରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଜଳବାୟୁ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଆରବ ସାଗରର ଉତ୍ତାପ ଯୋଗୁ ବର୍ଷାର ପରିମାଣ ବୃଦ୍ଧି ପାଉଛି, ଯାହାକି ଅଳ୍ପ ସମୟ ମଧ୍ୟରେ ଅଧିକ ବର୍ଷା ହୋଇପାରେ। ଜଳବାୟୁ ମଡେଲଗୁଡିକ ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଏହି ପରିବର୍ତ୍ତନ ଆହୁରି ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି କରିବ। ଗବେଷଣାରୁ ଜଣାପଡିଛି ଯେ ଗତ ୧୦୦ବର୍ଷ ତୁଳନାରେ ବୃଷ୍ଟିପାତର ଢାଞ୍ଚା ପୂର୍ବ ଅପେକ୍ଷା ଅଧିକ ବଦଳିଛି।
୧୯୦୦ଦଶକରୁ ଏହି ଅଞ୍ଚଳର ୭୫ପ୍ରତିଶତରୁ ଅଧିକ ବୃଷ୍ଟିପାତ ପରିବର୍ତ୍ତନଶୀଳତା ବୃଦ୍ଧି ପାଇଛି। ସାରା ବିଶ୍ୱରେ ବଷାର ଢାଞ୍ଚା ବଦଳିଛି। ଏହି ପରିବର୍ତ୍ତନ ମୁଖ୍ୟତଃ ଆନ୍ଥ୍ରୋପୋଜେନିକ ଗ୍ରୀନ ହାଉସ ଗ୍ୟାସ ନିର୍ଗମନର ଫଳାଫଳ। ଏହାଦ୍ୱାରା ଏକ ଉଷ୍ମ ଏବଂ ଓଦା ପରିବେଶ ସୃଷ୍ଟି ହେଲା, ଯାହାକି ଅଧିକ ପ୍ରବଳ ବର୍ଷା ଘଟଣା ଏବଂ ସେମାନଙ୍କ ମଧ୍ୟରେ ଅଧିକ ପରିବର୍ତ୍ତନ ଘଟାଇଲା।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଜୁଲାଇ ମାସରେ ଦେଶରେ ୨୯୮.୧ ମିଲିମିଟର ବର୍ଷା ହୋଇଛି, ଯାହାକି ୧୯୦୧ପରଠାରୁ ୫୧ତମ ପ୍ରବଳ ବର୍ଷା ଏବଂ ୨୦୦୧ପରଠାରୁ ଅଷ୍ଟମ ସବୁଠାରୁ ଅଧିକ ବର୍ଷା ହୋଇଛି। ଏହି ମାସରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ଆଠଟି ଘଟଣା ରିପୋର୍ଟ କରାଯାଇଥିଲା। ଆଇଏମଡିର ସୂଚନା ଅନୁଯାୟୀ, ଗୋଟିଏ ଦିନରେ ବୃଷ୍ଟିପାତ ଏକ ମାସ କିମ୍ବା ସେହି ଋତୁରେ ସେହି ସ୍ଥାନ କିମ୍ବା ଏହାର ଆଖପାଖରେ ରେକର୍ଡ ହୋଇଥିବା ସର୍ବାଧିକ ବର୍ଷା ସହିତ ସମାନ ହେଲେ ‘ଅତ୍ୟଧିକ ପ୍ରବଳ ବର୍ଷା’ ଶବ୍ଦ ବ୍ୟବହୃତ ହୁଏ । ପ୍ରକୃତ ବର୍ଷା ୧୨ସେମିରୁ ଅଧିକ ହେଲେ ଏହି ଶବ୍ଦଟି ବ୍ୟବହୃତ ହୁଏ।
ଆଇଏମଡି ମହାନିର୍ଦ୍ଦେଶକ ମିତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମହାରାଷ୍ଟ୍ରର ପୁଣେ ଜିଏାର ତାମହିନୀରେ ଜୁଲାଇ ୨୫ରେ ସର୍ବାଧିକ ବୃଷ୍ଟିପାତ ୫୬ସେମି (୫୬୦ମିଲିମିଟର) ଥିଲା। ସେହି ଦିନ ପୁଣେର ଲାଭାସାରେ ୪୫ ସେମି ବର୍ଷା ଏବଂ ଲୋନାଭାଲାରେ ୩୫ସେମି ବର୍ଷା ହୋଇଥିଲା। ଜୁଲାଇରେ ପ୍ରଥମ ଅତ୍ୟଧିକ ପ୍ରବଳ ବର୍ଷା ଜୁଲାଇ 8 ରେ ଘଟିଥିଲା। ଏହାର ପ୍ରଭାବ ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶ ଉପରେ ପଡିଥିଲା। ପୋରବନ୍ଦର ଜିଲାର ପୋରବନ୍ଦର ଅଞ୍ଚଳରେ ୧୯ଜୁଲାଇରେ ୪୯ସେମି ବର୍ଷା ହୋଇଥିଲା। ଦେବୋଭୂମି ଦ୍ୱାରକା ଜିଲାର କଲ୍ୟାଣପୁରରେ ୨୯ସେମି ବର୍ଷା ହୋଇଥିଲା ଏବଂ ସେହି ଜିଲାର ଦ୍ୱାରକା ଅଞ୍ଚଳରେ ଜୁଲାଇ ୨୦ରେ ୪୨ସେମି ବର୍ଷା ହୋଇଥିଲା। ସେହିଭଳି, ଜୁଲାଇ ୩୦ରେ ୱାୟନାଡରେ ଗୋଟିଏ ଦିନରେ ୧୪୧.୮ମିମି ବର୍ଷା ହୋଇଥିଲା, ଯାହା ସାଧାରଣ (୨୩.୯) ଠାରୁ ୪୯୩ ପ୍ରତିଶତ ଅଧିକ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖାତରେ ଖସିଲା ସେନା ଗାଡ଼ି: ୫ ଯବାନ ମୃତ

ମେନ୍ଧର/ଜମ୍ମୁ,୨୪ା୧୨: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସେନା ଗାଡ଼ି ପ୍ରାୟ ୩୫୦ ଫୁଟ୍‌ ଗଭୀର ଖାତକୁ ଖସିପଡ଼ିବାରୁ ୫ ଯବାନଙ୍କ ମୃତ୍ୟୁ ଘଟିବା...

ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଦିଅ

ନୂଆଦିଲ୍ଲୀ,୨୪ା୧୨ : ବଳାତ୍କାର, ଏସିଡ୍‌ ଆକ୍ରମଣ ପୀଡ଼ିତା, ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ମାମଲାରେ ପୀଡ଼ିତା ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ନର୍ସିଂହୋମ୍‌ଗୁଡ଼ିକରେ...

ପୁଞ୍ଚ୍‌ରେ ୩୫୦ ଫୁଟ୍‌ ତଳକୁ ଖସିଲା ସେନା ଗାଡ଼ି: ୫ ଯବାନଙ୍କ ମୃତ୍ୟୁ, ୩ ଆହତ…

ମେନ୍ଧର/ଜମ୍ମୁ,୨୪ା୧୨ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସେନା ଗାଡ଼ି ୩୫୦ ଫୁଟ୍‌ ଗଭୀର ଖାତକୁ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

ନାଗା ସାଧୁ କିଏ? ଜାଣନ୍ତୁ ଏମାନଙ୍କର ଜୀବନ ସହ ଜଡ଼ିତ ରହସ୍ୟମୟ କଥା…

ନୂଆଦିଲ୍ଲୀ,୨୪।୧୨: ଗଙ୍ଗା କୂଳରେ, ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଜିଇଁ ଉଠୁଥିବା ଶୀତୁଆ ସକାଳରେ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ପାଉଁଶ ବୋଳା ଉଲଗ୍ନ...

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ...

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri