ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅର୍ଥ ବ୍ୟବସ୍ଥାର ସ୍ଥିତାବସ୍ଥା ଫେରିବା ନେଇ ଆକଳନ କରାଯାଇଛି। ଏସ୍ ଆଣ୍ଡ ପି ଗ୍ଲୋବାଲ ରେଟିଂସ ପକ୍ଷରୁ ଶୁକ୍ରବାର ଭାରତର ଦୀର୍ଘମିଆଦୀ ରେଟିଂକୁ ବିବିବି- ଏବଂ ସ୍ବଳ୍ପ ମିଆଦୀ ଭିତ୍ତିରେ ଏ-୩ ରଖାଯାଇଛି। ଦୀର୍ଘମିଆଦୀ ଭିତ୍ତିରେ ଭାରତର ଆଉଟଲୁକ୍କୁ ଏହି ଏଜେନ୍ସି ସ୍ଥିର ରଖିଛି। ୨୦୨୧-୨୨ ଆର୍ଥତ୍କ ବର୍ଷରେ ଭାରତର ସ୍ଥିତାବସ୍ଥା ଫେରିବା ନେଇ ଏହା ପୂର୍ବାନୁମାନ କରିଛି। ଏହି ସମୟରେ ଘରୋଇ ବଜାରର ଅଭିବୃଦ୍ଧି ୧୦% ଛୁଇଁବା ନେଇ ଏହା ଆକଳନ କରିଛି। କୋଭିଡ୍-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ଏକ ବଡ ଚ୍ୟାଲେଞ୍ଜ ଦେଇ ଗତି କରୁଛି । ଏଥିରେ ଆଗାମୀ ଦିନରେ ଉନ୍ନତି ଆସିବା ନେଇ ଏଜେନ୍ସି ପୂର୍ବାନୁମାନ କରିଛି। ଚଳିତ ଆର୍ଥତ୍କ ବର୍ଷ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୧୨.୫% ଛୁଇଁପାରେ ବୋଲି ଏହା ଆକଳନରେ କହିଛି। ରାଜସ୍ବ ସଂଗ୍ରହ ହ୍ରାସ ହେଉଥିବାରୁ ଏହା ରାଜକୋଷ ଉପରେ ଚାପ ପକାଉଛି। ଫଳରେ ସରକାର ବାଧ୍ୟହୋଇ ଋଣ ଉପରେ ଭରସା କରିବେ। ସରକାରଙ୍କ ନେଟ୍ ଋଣ ଅତ୍ୟଧିକ ବଢ଼ିଯିବା ନେଇ ଏହା ମତ ରଖିଛି। ଏହା ମୋଟ ଜିଡିପିର ୯୦% ଟପିବା ନେଇ ଏସ୍ପି ଏହାର ରିପୋର୍ଟରେ ପ୍ରକାଶ କରିଛି।