ଖରାଦିନେ ସନ୍ବର୍ନ ଓ ସନ୍ଟ୍ୟାନ୍ ସମସ୍ୟା ଅଧିକାଂଶଙ୍କଠାରେ ଦେଖାଯାଏ। ଖରାରେ ଟିକେ ବୁଲିଗଲେ ସ୍କିନ୍ କଲର ଡାର୍କ ହେବା ସହ ଝାଳ ବାହାରି ପିମ୍ପଲ ସମସ୍ୟା ମଧ୍ୟ ଦେଖାଯାଏ। ଏଥିପାଇଁ ଖରାଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ…
ଡାଳିମ୍ବ ଚୋପାକୁ ଖରାରେ ଶୁଖାଇବା ପରେ ଏହାକୁ ଗୁଣ୍ଡକରି ସାଇତି ରଖନ୍ତୁ। ଘରୁ ବାହାରିବା ପୂର୍ବରୁ ଏହି ପାଉଡରକୁ ଆପଣ ବ୍ୟବହାର କରୁଥିବା ସନ୍ସକ୍ରିମ୍ କିମ୍ବା ଲୋଶନ ସହ ମିଶାଇ ଲଗାନ୍ତୁ।
କେମିକାଲଯୁକ୍ତ କ୍ରିମ୍ଠାରୁ ଦୂରେଇ ରୁହନ୍ତୁ। ଘରୁ ବାହାରିବା ପୂର୍ବରୁ କିମ୍ବା ଫେରିବା ପରେ ଖଣ୍ଡେ ବରଫକୁ ମୁହଁରେ ମାଲିସ କରନ୍ତୁ।
ଖରାକୁ ବାହାରିବା ପୂର୍ବରୁ ଭଲ ବ୍ରାଣ୍ଡ୍ର ସନ୍ସକ୍ରିମ୍ ଲୋସନ ଲଗାନ୍ତୁ। ଡାକ୍ତରଙ୍କ ପରାମର୍ଶ ନେଇ ଲଗାଇଲେ ଭଲ। ଘରକୁ ଫେରିବା ପରେ ମୁହଁକୁ ଥଣ୍ଡାପାଣିରେ ଧୋଇନିଅନ୍ତୁ।
ଆଳୁକୁ କାଟି ଜୁସ୍ ପ୍ରସ୍ତୁତ କରନ୍ତୁ । ସେଥିରେ ଲେମ୍ବୁ ଜୁସ୍ ମିଶାନ୍ତୁ। ଅଧଘଣ୍ଟା ପାଇଁ ମୁହଁରେ ଲଗାଇ ଧୋଇନିଅନ୍ତୁ।
ଗୋଲାପ ଜଳ କିମ୍ବା ଆଲୋଭେରା ଜେଲ୍ ଲଗାଇଲେ ସନ୍ଟ୍ୟାନ୍ ହେବାରୁ ମୁକ୍ତି ମିଳିଥାଏ।
ରାତିରେ ତ୍ୱଚାରେ ହଳଦୀ ଓ ଚନ୍ଦନ ଲଗାଇ ଶୁଅନ୍ତୁ ଏବଂ ସକାଳୁ ପାଣିରେ ଧୋଇଦିଅନ୍ତୁ। ତ୍ୱଚା ପରିଷ୍କାର ରହିବା ସହ ସନ୍ଟ୍ୟାନ୍ ହେବ ନାହିଁ।
ମହୁ ସହ ଦହି ମିଶାଇ ଏହି ପ୍ୟାକ୍କୁ ମୁହଁରେ ଲଗାଇଲେ ମଧ୍ୟ ଟ୍ୟାନିଂ ସମସ୍ୟା ଦୂର ହୋଇପାରିବ।