ବସ୍ତିରେ ପଶିଲା ବର୍ଷାଜଳ, ଭୁଶୁଡ଼ିଲା କଲେଜ ପାଚେରି

ପିପିଲି, ୧୫ା୭: ପିପିଲି ଅଞ୍ଚଳରେ ଗୁରୁବାର ମୂଷଳ ଧାରାରେ ବର୍ଷା ହୋଇଛି। ଫଳରେ ଏନ୍‌ଏସି ଅନ୍ତର୍ଗତ ୨ ନମ୍ବର୍‌ ୱାର୍ଡର କିଛି ବସ୍ତି ଜଳମଗ୍ନ ହୋଇଥିଲା। ଖବର ପାଇ ଏନ୍‌ଏସି ଅଧ୍ୟକ୍ଷ ସେକ୍‌ ବାବୁ ଓ କାଉନସିଲର୍‌ ଚନ୍ଦନ ସେଠୀ ପହଞ୍ଚତ୍ ଜଳ ନିଷ୍କାସନର ବ୍ୟବସ୍ଥା କରିଥିଲେ। ସେହିପରି ପିପିଲି ମହାବିଦ୍ୟାଳୟର ରାସ୍ତା ପଟ ମୁଖ୍ୟ ଗେଟ୍‌ ପାଖରେ ଥିବା ପଥର ପାଚେରି ଭୁଶୁଡ଼ି ପଡ଼ିଛି। ଏହି ପାଚେରି ନିକଟସ୍ଥ ବିଦ୍ୟାମନ୍ଦିରକୁ ଲାଗିଥିଲା। ଉଭୟ ମହାବିଦ୍ୟାଳୟ ଏବଂ ଶିଶୁ ମନ୍ଦିରର ଛାତ୍ରୀଛାତ୍ର ଶ୍ରେଣୀଗୃହରେ ଉପସ୍ଥିତ ଥିବାରୁ କାହାରି କିଛି କ୍ଷତି ହୋଇନାହିଁ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ମିଶ୍ର ସେଠାରେ ପହଞ୍ଚି ପଡ଼ିଥିବା ପଥର ସବୁ ହଟାଇବା ବ୍ୟବସ୍ଥା କରିବା ପରେ ଯାତାୟାତ ସୁବିଧା ହୋଇଥିଲା।

Share