Categories: ଫୁରସତ

ଦୁନିଆର ସବୁଠୁ ଛୋଟ ଗାଈ, ଉଚ୍ଚତା ଜାଣିଲେ…

ଗିନିଜ ବୁକ୍‌ରେ ଏପରି ଅନେକ ରେକର୍ଡ ଅଛି, ଯାହାକୁ ବର୍ଷ ବର୍ଷ ଧରି କେହି ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇପାରି ନ ଥାନ୍ତି। ସେ ମଣିଷ ହୁଅନ୍ତୁ କି ପ୍ରାଣୀ। ଗିନିଜ୍‌ ବୁକ୍‌ରେ କିଏ ସବୁଠୁ ବଡ଼ ଭାବେ ରେକର୍ଡ କରିଛନ୍ତି ତ ଆଉ କେହି ସବୁଠୁ ଛୋଟ ଭାବେ ରେକର୍ଡ କରିଛନ୍ତି। ଏଥିରୁ ବି ବାଦ୍‌ ପଡ଼ିନାହାନ୍ତି ଗାଈ। ପୂର୍ବରୁ ଦୁନିଆର ସବୁଠୁ ବଡ଼ ଗାଈ ବିଷୟରେ ଜାଣିଥିବେ। ଯାହାର ଉଚ୍ଚତା ଥିଲା ୬ ଫୁଟ। ଏହି ଗାଈର ମୃତ୍ୟୁ ହୋଇସାରିଥିବା ବେଳେ ବର୍ତ୍ତମାନ ଦୁନିଆରେ ଏମିତି ଏକ ଗାଈ ଅଛି, ଯିଏ କି ସବୁଠାରୁ ଛୋଟ ଭାବେ ପରିଗଣିତ ହେଉଛି।

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଅନୁଯାୟୀ, ବ୍ଲେଜ୍‌ ନାମକ ଏକ ଗାଈ ଦୁନିଆର ସବୁଠାରୁ ଛୋଟ ଅଟେ। ଫ୍ଲୋରିଡା ନିବାସୀ ଷ୍ଟିଭ୍‌ ଡେମୁର ଏହାକୁ ଆଣିଛନ୍ତି। ୨୦୧୩ରେ ଏହାର ଲମ୍ବ ୬୯.୦୭ ସେମି ମାପ କରାଯାଇଥିଲା ଅର୍ଥାତ୍‌ ଏହାର ଉଚ୍ଚତା ୨ ଫୁଟ ୩.୧୯ଇଞ୍ଚ। ବ୍ଲେଜକୁ ଯେତେବେଳେ ୮ ବର୍ଷ ହୋଇଥିଲା ସେ ଗିନିଜ୍‌ ରେକର୍ଡ ସୃଷ୍ଟି କରିଥିଲା।

Share