ଘୋଡ଼ା ତ ସମସ୍ତେ ଦେଖିଥିବେ। ଏହାର ଉଚ୍ଚତା, ବଳିଷ୍ଠ ଶରୀର ଓ ଦ୍ରୁତ ବେଗରେ ଦୌଡ଼ିବାର କ୍ଷମତା ସମସ୍ତଙ୍କ ମନ ଜିଣି ନିଏ। ତେବେ ଏମିତି ବି ଏକ ଘୋଡ଼ା ଅଛି; ଯାହାକୁ ଦେଖିଲେ ଆପଣ ଭାବିପାରିବେନି ଏହା ଏକ ଘୋଡ଼ା ବୋଲି। କାରଣ ତା’ ଭିତରେ ଘୋଡ଼ାର କୌଣସି ବିଶେଷତ୍ୱ ଦେଖିପାରିବେ ନାହିଁ। କାରଣ ତା’ର ଆକାର ବହୁତ ଛୋଟ। ଏତେ ଛୋଟ ଯେ, ଲାଗେ ସତେ ଯେମିତି ତାହା ଏକ ଘୋଡ଼ା ନୁହେଁ ବରଂ ଏକ ଛୋଟିଆ କୁକୁର। ସେହି ଘୋଡ଼ାର ନାମ ହେଉଛି ‘ବମ୍ବଲ୍’। ପୋଲାଣ୍ଡର ଲଡଜ୍୍ସ୍ଥ କାସକାଡା ଷ୍ଟଡ ପାର୍କର ଏହି ଘୋଡ଼ାର ଉଚ୍ଚତା ମାତ୍ର ୧ଫୁଟ ୧୦ ଇଞ୍ଚ। ତେଣୁ ତାକୁ ପୃଥିବୀର ସବୁଠାରୁ ଛୋଟ ଘୋଡ଼ା ଭାବେ ଗଣନା କରାଯାଏ। ବମ୍ବଲ୍ର ମାତା ପିତାଙ୍କ ଆକାର ସାଧାରଣ ଘୋଡ଼ା ପରି ହୋଇଥିଲେ ହେଁ ବମ୍ବଲ ଏକ ବାମନ ଘୋଡ଼ା। ଆକାରରେ ଛୋଟ ହେଲେ ବି ସେ ସମସ୍ତଙ୍କର ବେଶ୍ ପ୍ରିୟ।