Categories: ଫୁରସତ

ସବୁଠୁ ଛୋଟ ନଦୀ ‘ରୋଏ’

ୱାଶିଂଟନ: ଭାରତରେ ଅନେକ ନଦୀ ବହିଛି। ହେଲେ ଆମେ ସେହି ନଦୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତିକ୍ରମ କରିବାକୁ ଆମକୁ ବହୁ ମାସ ସମୟ ଲାଗିଯିବ। ବିଶ୍ୱରେ ସବୁଠାରୁ ଦୀର୍ଘତମ ନଦୀ ଭାବେ ଆଫ୍ରିକାରେ ଥିବା ନୀଳ ନଦୀକୁ ବୁଝାଏ। ତେବେ ରୋଏ ରିଭରକୁ ବିଶ୍ୱର ସବୁଠୁ ଛୋଟ ନଦୀ ବୋଲି କୁହାଯାଏ। ଏହା ଆମେରିକାର ମୋଣ୍ଟାନା ରାଜ୍ୟରେ ପ୍ରବାହିତ ହେଉଛି, ଯାହାକି ହି ନଦୀ ଆମେରିକାର ଲିଟିଲ ବେଲ୍ଟ ପର୍ବତରୁ ବାହାରିଛି। ଯାହାର ଲମ୍ବ ୨୦୧ ଫୁଟ୍‌। ଆମେରିକାର ସବୁଠାରୁ ବଡ଼ ନଦୀ ମିସୁରୀ ସହ ସେ ସମାନ୍ତରାଳ ଭାବେ ପ୍ରବାହିତ ହେଉଛି। ପରେ ସେ ମିସୁରୀ ସହ ମିଶି ଯାଇଛି। ୧୯୮୦ ମସିହାରେ ଲିନ୍‌କୋଲ୍‌ନ ସ୍କୁଲ ଏଲିମେଣ୍ଟାରୀ ଶିକ୍ଷକ ସୁସାନ ନର୍ଦିନଜର୍‌ ଏବଂ ତାଙ୍କ ୫ମ ଶ୍ରେଣୀ ଛାତ୍ର ମିଶି ଏକ ଅଭିଯାନ ଚଳାଇଥିଲେ। ଯେଉଁଥିରେ ରୋଏ ନଦୀକୁ ବିଶ୍ୱର ସବୁଠାରୁ ଛୋଟ ନଦୀ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ଦେବାକୁ ପ୍ରଚେଷ୍ଟା ଚଳାଇଥିଲେ। ବିଶ୍ୱର ସବୁଠାରୁ ଛୋଟନଦୀ ଭାବେ ୧୯୮୯ରୁ ୨୦୦୦ ପର୍ଯ୍ୟନ୍ତ ଓରିଗୋନରେ ଥିବା ଡି ନଦୀ ପାଖରେ ଟାଏଟେଲ ରହିଥିଲା, ଯାହାର ଲମ୍ବ ୪୪୦ ଫୁଟ୍‌। ଏହା ପରେ ରୋଏ ନଦୀ ଏବଂ ଡି ନଦୀ ମଧ୍ୟରେ ଲୋକେ ପ୍ରତିଯୋଗିତା ଆରମ୍ଭ କରିଦେଲେ। ସେଥିପାଇଁ ଗିନିଜ୍‌ ୱାଲର୍‌ଡ ରେକର୍ଡ ଟାଇଟଲ ଦେବା ବନ୍ଦ କରିଦେଲା। ତେବେ ବର୍ତ୍ତମାନ ରୋଏ ନଦୀ ସବୁଠାରୁ ଛୋଟ ନଦୀ ଭାବେ ଜଣାଶୁଣା। ଏହାର ଲମ୍ବା ୬୧ ମିଟର ହୋଇଥିବାରୁ ଲୋକେ ଏହାକୁ ସହଜରେ କିଛି ଘଣ୍ଟା ମଧ୍ୟରେ ଅତିକ୍ରମ କରିନେବେ।

Share