ନିଦର ଅଭାବ, ଠିକ୍ରେ ନିଦ ନ ହେବା ଆଜିକାଲିର ଏକ ମୁଖ୍ୟ ସମସ୍ୟା ପାଲିଗଲାଣି। ଏଥିଯୋଗୁ ମଧୁମେହ, ହୃଦରୋଗ, ଅବସାଦ ପରି ଅନେକ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ତେଣୁ ସୁନିଦ୍ରା ସମସ୍ତଙ୍କ ପାଇଁ ନିହାତି ଜରୁରୀ। ଏହାକୁ ନଜରରେ ରଖି ଚାଇନାର ଗୁଆଙ୍ଗଝୋଓ ବିଶ୍ୱବିଦ୍ୟାଳୟ ଓ ଚାଇନା ବିଜ୍ଞାନ ଏକାଡେମୀ ମିଳିତଭାବେ ଏକ ଖାସ୍ ତକିଆ ତିଆରି କରିଛନ୍ତି। ଯାହାକି ଆରାମଦାୟକ ହେବା ସହ ମୁଣ୍ଡର ସ୍ଥିତି ସମ୍ପର୍କରେ ବି ଖବର ରଖିବ। ଉକ୍ତ ତକିଆକୁ ଟ୍ରାଇବୋଇଲେକ୍ଟ୍ରିକ୍ ଲେୟରରେ ପ୍ରସ୍ତୁତ ଖାସ୍ ପଲିମର୍ରେ ତିଆରି କରାଯାଇଛି। ଏହି ତକିଆ ଦ୍ୱାରା