କାନପୁର,୯ ।୧୧: ଡେଙ୍ଗୁ ପରେ ଏବେ କାନପୁରବାସୀ ଜିକା ଭାଇରସକୁ ନେଇ ଭୟଭିତ ଅଛନ୍ତି । ମଶା ଦ୍ୱାରା ଏହା ବ୍ୟାପୁଥିବାରୁ ଏବେ କାନପୁର ସ୍ୱାସ୍ଥ୍ୟ ବିଭାଗ ମଶାଠାରୁ ଦୂରେଇ ରହିବାର ଉପାୟ ଖୋଜୁଛି । କିଟ ବିଜ୍ଞାନ ବିଶେଷଜ୍ଞଙ୍କ ଟିମ୍ ମଶାଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲରେ ଲାଗି ପଡିଛନ୍ତି । ଏହାଦ୍ୱାରା ମାଶଠାରୁ ଦୂରେଇ ରହ ିହେବାର ଉପାୟ ମିଳିପାରିବ ବୋଲି କୁହାଯାଉଛି । ଗବେଷଣାରୁ ଜଣାପଡିଛି କି ମଦ ପିଇବା ପରେ ଶରୀରରୁ ଯେମିତି ଆଲକୋହଲ(ଇଥେନାଲ)ର ଗନ୍ଧ ବାହାରିଥାଏ, ମାଦା ଏଡିଜ ଏଜିପ୍ଟାଇ ମଶା ରକ୍ତ ପିଇବାକୁ ପାଗଳ ହୋଇଯାଇଥାଏ । ଏଥିପାଇଁ ଲୋକଙ୍କୁ ମଶାଠାରୁ ଦୂରେଇ ରହିବାକୁ କୁହାଯାଉଛି । ଏଡିଜ ଏଜିପ୍ଟାଇ ମଶା ହିଁ ଡେଙ୍ଗୁ, ଜିକା, ୟେଲୋ ଫିବର ଓ ଜାପାନି ଇନସେଫାଲାଇଟସ୍ ରୋଗ ବୃଦ୍ଧି କରିଥାଆନ୍ତି । ମାଦା ମାଶ ହିଁ ରକ୍ତ ପିଇବା ନିଶାରେ ରୋଗ ଦେଇଦେଇଥାଏ । ଜିକା ସଂକ୍ରମଣ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଉଥିବା କୁହାଯାଉଛି । ଏହାକୁ ନେଇ ଆମେରିକା ଓ ବିଶ୍ୱର ଅନ୍ୟସଙ୍ଗଠନ ତଥ୍ୟ ସଂଗ୍ରହରେ ଲାଗିପଡିଛନ୍ତି ।