ଯେକୌଣସି ଝିଅ ହୁଅନ୍ତୁ କି ପୁଅ, ବିବାହ ଦିନଟି ହେଉଛି ସେମାନଙ୍କ ଜୀବନର ସବୁଠାରୁ ବିଶେଷ ଦିନ। ଏହି କାରଣରୁ ଉକ୍ତ ଦିନକୁ ସ୍ମରଣୀୟ କରିବାକୁ କିଏ କେତେ ପ୍ରକାର ବ୍ୟବସ୍ଥା କରିଥାନ୍ତି। କିଛି ଭଲ କଥା ସ୍ମରଣୀୟ ହୋଇ ରହି ଯାଉଥିବା ବେଳେ ଆଉ କିଛି ଖରାପ କଥା ପାଇଁ ମଧ୍ୟ ଏହି ଦିନକୁ କେହି ଭୁଲି ପାରି ନ ଥାନ୍ତି।
ଏବେ ସୋସିଆଲ ମିଡିଆରେ ସେମିତି ଏକ ବିବାହ ଭିଡିଓ ଭାଇରାଲ ହେଉଛି। ଏଥିରେ ନଜର ଆସିଥିବା ବର-କନ୍ୟା ସବୁବେଳେ ଏହି ଦିନକୁ ମନେ ରଖିବେ। କାରଣ ଏହା ଏକ ଉତ୍ସବମୁଖର ପରିବେଶ ନ ଥିଲା ବରଂ ସେଠାରେ ଜୋର୍ସୋର ମାଡ଼ପିଟ୍ ଦେଖାଦେଇଥିଲା। ଏହି ଭିଡିଓରେ ଜଣେ କନ୍ୟା ତାଙ୍କ ଭାବି ସ୍ବାମୀଙ୍କୁ ଖୁବ୍ ଜୋର୍ରେ ପିଟୁଥିବାର ନଜର ଆସିଛନ୍ତି।
@gharkekalesh ନାମକ ଏକ ‘ଏକ୍ସ’ ପେଜ୍ରେ ଭିଡିଓଟି ପୋଷ୍ଟ କରାଯାଇଛି। ଏଥିରେ ବରକନ୍ୟା ମଣ୍ଡପ ଉପରେ ଠିଆ ହୋଇଛନ୍ତି। ଅନେକ ଅତିଥି ମଧ୍ୟ ନଜର ଆସିଛନ୍ତି। ତେବେ ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ କନ୍ୟା ତାଙ୍କୁ ଖୁବ୍ ଜୋର୍ରେ ଚାପୁଡ଼ା ମାରି ଚାଲି ଯାଉଥିବା ଦେଖିବାକୁ ମିଳିଛି।
ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ବର୍ତ୍ତମାନଠାରୁ ଏସବୁ ଆରମ୍ଭ ହୋଇଛି, ବର୍ତ୍ତମାନ ଗରିବ ଲୋକଟି ତାଙ୍କୁ ସାରା ଜୀବନ ପିଟିବ। ଜଣେ କହିଛନ୍ତି ବର ଅଧିକ ମଦ ପିଇ ଦେଇଛନ୍ତି। ଅନ୍ୟ ଜଣେ କହିଛନ୍ତି, କନ୍ୟା ଜଣକ ଠିକ୍ କରିଛନ୍ତି। କେହି କେହି କନ୍ୟାଙ୍କୁ ସାହସୀ କନ୍ୟା କହିଛନ୍ତି।