ପାଟଣା,୨୦।୭(ସ୍ବ.ପ୍ର.): ସାପ କାମୁଡ଼ିଥିବା ଜଣେ ନାବାଳକଙ୍କୁ ମେଡିକାଲକୁ ନେବା ପରିବର୍ତ୍ତେ ପରିବାର ଲୋକେ ନେଇଥିଲେ ଗୁଣିଆ ପାଖକୁ। ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବା ଫଳରେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିରେ। ରତନା ସୋଏ ପୁଅ ଶୁମନ୍ତ (୧୨)ଙ୍କୁ ନେଇ ସୋମବାର ବିଳମ୍ବିତ ରାତିରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଶୁମନ୍ତ ଘରେ ଶୋଇଥିବା ବେଳେ ସନ୍ଧ୍ୟାରେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁଣିଆ ପାଖକୁ ନେଇ ଝଡାଫୁଙ୍କା କରିବା ସମୟରେ ଅବସ୍ଥା ଗୁରୁତର ହୋଇଥିଲା ପରେ ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।