ଶୁଟିଂ ବେଳେ ଗାୟିକାଙ୍କୁ କାମୁଡିଲା ସାପ: ଦେଖନ୍ତୁ ଭୟଙ୍କର ଭିଡିଓ

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ପରେ ଏବେ ହଲିଉଡ ସିଙ୍ଗର ମେଟା ମଧ୍ୟ ସର୍ପାଘାତର ଶିକାର ହୋଇଛନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ସାପ କାମୁଡୁଥିବାର ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ମେଟା ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋଶୁଟର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭୟାନକ ଭିଡିଓ ଶେୟାର କରି ସିଙ୍ଗର କ୍ୟାପସନରେ ଲେଖିଛନ୍ତି, ଆଉ କେବେ ନୁହେଁ। ଏହି ଭିଡିଓରେ ସିଙ୍ଗର ଏକ ଫଟୋଶୁଟ କରୁଥିବା ଦେଖିବାକୁ ମିଳିଛି। ସେ ଶୁଟ୍‌ ପାଇଁ ସାପ ସହିତ ପୋଜ କରୁଥିବା ନଜର ଆସିଛନ୍ତି। ଏହି ସମୟରେ, କଳା ରଙ୍ଗର ଏକ ସାପ ହଠାତ୍‌ ତାଙ୍କ ଥୋଡିକୁ କାମୁଡିଥିଲା। ସାପ କାମୁଡ଼ିବା ଦ୍ୱାରା ମେଟା ଭୟଭୀତ ହୋଇ ସଙ୍ଗେ ସଙ୍ଗେ ଏହାକୁ ଉଠାଇ ଫିଙ୍ଗିଦିଅନ୍ତି। ମେଟା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଏହାକୁ ଶେୟାର କରି ମେଟା ଲେଖିଛନ୍ତି, ଆପଣ ସମସ୍ତଙ୍କ ପାଇଁ ଏକ ଭିଡିଓ ତିଆରି କରିବା ପାଇଁ କେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି।
ଏହାପୂର୍ବରୁ ବଲିଉଡ ଅଭିନେତା ସଲମାନ ଖାନ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସାପ କାମୁଡ଼ିଥିଲା। ତେବେ ସଲମାନଙ୍କୁ କିଛି ଘଣ୍ଟା ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଖ୍ରୀଷ୍ଟମାସ ଏବଂ ତାଙ୍କ ଜନ୍ମଦିନ ପାଳନ କରିବାକୁ ସଲମାନ ପାନଭେଲ ଫାର୍ମହାଉସକୁ ଯାଇଥିଲେ। ଏହି ସମୟରେ ବିଳମ୍ବିତ ରାତିରେ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା।

Share