ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଂଶିଲା ସାପ, ସହାୟତା ପାଇଁ ଦାବି କଲେ ଗ୍ରାମବାସୀ

ଗଞ୍ଜାମ,୨୭ା୮(ଡି.ଏନ୍‌.ଏ.): ରମ୍ଭା ଥାନା ହୁମ୍ମା ଫାଣ୍ଡି ଅଧିନସ୍ଥ ଗଞ୍ଜାମ ବ୍ଲକର ବେଲପଡ଼ା ଗ୍ରାମର ଜଣେ ଚାଷୀଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ଚାଷୀ ଡି.କୃଷ୍ଣ ଚନ୍ଦ୍ର ପ୍ରଧାନ(୫୪) ।

ସୂଚନାନୁଯାୟୀ, କୃଷ୍ଣ ଶୁକ୍ରବାର ସକାଳେ ନିଜ ବିଲକୁ କାମ କରିବାକୁ ଯାଇଥିଲେ। ସେଠାରେ ତାଙ୍କୁ କୌଣସି ବିଷଧର ସାପ କାମୁଡ଼ି ଦେଇଥିବାରୁ ସେ ସେଠାରେ ନିସ୍ତେଜ ହୋଇ ପଡ଼ିରହିଥିଲେ। ବିଲ ମଧ୍ୟରେ ଅନ୍ୟ ଚାଷୀମାନେ ତାଙ୍କୁ ଦେଖିଲା ବେଳକୁ ତାଙ୍କ ଶରୀର ନୀଳ ପଡ଼ିଯାଇଥିଲା। ତାଙ୍କୁ ସଙ୍ଗେସଙ୍ଗେ ଛତ୍ରପୁର ମେଡିକେଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ଗରିବ ଶ୍ରେଣୀର ଚାଷୀ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share