ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସ୍କୁଟିରେ ନାଗକୁ ଦେଖିବାକୁ ମିଳୁଛି। ସ୍କୁଟିଟି ଛିଡ଼ା ହୋଇଥିବା ବେଳେ ସାପ ଉଦ୍ଧାରକାରୀ ଦଳ ଲାଇଟ୍କୁ ଏକ ତାରରେ ତାଡ଼ୁଛନ୍ତି ପରେ ସେଥିରୁ ଫଁ ଫଁ ହୋଇ ନାଗ ବାହାରୁଛି । ପରେ ଉଦ୍ଧାରକାରୀ ଦଳ ତାହାକୁ ଏକ ବଡ଼ ଡବାରେ ପୂରାଇବାକୁ ଚେଷ୍ଟା କରିବା ସମୟରେ ସେ ବାହାରି ଯାଉଛି ପରେ ତାକୁ ବଡ଼ କଷ୍ଟରେ ସେଥିରେ ପୂରା ଯାଇଛି। ତେବେ ବର୍ଷା ଦିନେ ଏଭଳି ସାପ ଆସିବା ନୂଆ କଥା ହୋଇ ନ ଥିବା ବେଳେ ଉଦ୍ଧାର କରିବା ପାଇଁ ବ୍ୟବହୃତ ପଦ୍ଧତି ଅସାଧାରଣ ଅଟେ । ବିନା ପ୍ରଶିକ୍ଷଣରେ ଏହାକୁ କେବେବି ଚେଷ୍ଟା କରିବା ଠିକ୍ ନୁହେଁ।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Such guests during rains are common…
But uncommon is the method used to rescue it. Never ever try this😟 pic.twitter.com/zS4h5tDBe8— Susanta Nanda (@susantananda3) September 7, 2021