ଅଯୋଧ୍ୟା ପଠାଗଲା ସମଲେଇ ପୀଠର ମାଟି, ଜଳ

ସମ୍ବଲପୁର, ୨୫ା୭(ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେବ। ତେଣୁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ପବିତ୍ର ଭୂମି ଓ ଜଳ ଅଯୋଧ୍ୟାକୁ ଯିବ। ଏହି କ୍ରମରେ ସମ୍ବଲପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଇଷ୍ଟଦେବୀ ସମଲେଇ ପୀଠର ଭୂମି ଓ ମହାନଦୀ ସମଲେଇ ଘାଟର ଜଳ ଡାକ ଯୋଗେ ଅଯୋଧ୍ୟାକୁ ଶୁକ୍ରବାର ପଠାଯାଇଛି। ପୂର୍ବାହ୍ନ ୧୧ଟାରେ ପ୍ରଥମେ ସମଲେଶ୍ୱରୀ ମନ୍ଦିରଠାରେ ମାଟି ଓ ଜଳକୁ ମୁଖ୍ୟପୂଜକ ଅମ୍ବିକା ପ୍ରସାଦ ରାୟ ପୂଜାର୍ଚ୍ଚନା କରିଥିଲେ। ଏହାପରେ ବିଶ୍ୱ ହିନ୍ଦୁ ପରିଷଦ ସଭ୍ୟ ସୁଧୀରରଞ୍ଜନ ବହିଦାର ଓ କୁନ୍ଦନ ପ୍ରଧାନଙ୍କୁ ମନ୍ଦିର ଫାଟକରେ ଭୂମି ଓ ଜଳ ପ୍ରଦାନ କରାଯାଇଥିଲା।

Share