ସାମାନ୍ୟ ବର୍ଷାରେ ଗୋଡ଼ି, ମାଟି ଧୋଇଗଲା

ଢେଙ୍କିକୋଟ,୨୬ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲାର ଲାଇଫ୍‌ ଲାଇନ କୁହାଯାଉଥିବା ପାଣିକୋଇଲି ଠାରୁ ରଜାମୁଣ୍ଡା ୨୦ ନମ୍ବର ରାଜପଥ କଡ଼ ସାଧାରଣ ବର୍ଷାରେ ଧୋଇଯାଇଛି। ବୁଧବାର ହୋଇଥିବା ଝିପିଝିପି ବର୍ଷାରେ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତା କଡ଼ରୁ ମାଟି ଗୋଡି ଧୋଇ ହୋଇ ଚଲାପଥ ଉପରେ ଗଦା ହୋଇଛି। ଯାହା ଫଳରେ ଜନସାଧାରଣ ଏବଂ ଯାନବାହନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ୪ ଲେନ ଥିବା ବେଳେ ବଜାର ମଧ୍ୟରେ ଓଭରବ୍ରିଜ ଥିବାରୁ ତଳେ ଚଲାପଥ ରହିଛି। ଚଲାପଥରେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇପାରିନାହିଁ। ଓଭରବ୍ରିଜ ଉପରେ ଥିବା ମାଟି ଉପରେ ପଥର ପ୍ୟାଚିଂ ହୋଇନାହିଁ। ଫଳରେ ସାମାନ୍ୟ ବର୍ଷାରେ ଗୋଡ଼ି ମାଟି ଧୋଇଯାଉଛି। ଏ ସମ୍ପର୍କରେ ଢେଙ୍କିକୋଟ ବିକାଶ ମଞ୍ଚ ତରଫରୁ ବହୁବାର ପତ୍ର ମାଧ୍ୟମରେ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି କି ଓଭରବ୍ରିଜ ଉପରେ ଥିବା ମାଟି ଉପରେ ପଥର ପ୍ୟାଚିଂ କରୁନାହାନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ଅବସ୍ଥା, ଡ୍ରେନ୍‌ ବ୍ୟବସ୍ଥା ଓ ଆଲୋକୀକରଣ ସମସ୍ୟା ସମାଧାନ ନ କଲେ ଢେଙ୍କିକୋଟ୍‌ ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୧୯ା୧୦(ଅଜିତ କୁମାର ମହାନ୍ତି):ଚଳିତ ମାସ ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର...

ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri