Advertisement

ବଡସିମଲଇ ଗ୍ରାମର ସୋଲାର ଜଳ ପ୍ରକଳ୍ପ ଅଚଳ

ରିଆମାଳ, ୧୯।୧୨(ଡି.ଏନ.ଏ.) -ଦେବଗଡ ଜିଲା ରିଆମାଳ ବ୍ଲକ ବଡସିମଲଇ ଗ୍ରାମରେ ଜଳାଭାବ ଯୋଗୁ ଏକ ସୋଲାର ଜଳ ପ୍ରକଳ୍ପ ହୋଇଛି। କିନ୍ତୁ ଦୀର୍ଘ ୩ ମାସରୁ ଅଧିକ ହେଲାଣି ଏହି ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି। ଗ୍ରାମବାସୀ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଗ୍ରାମବାସୀ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମରେ ପ୍ରାୟ ୭୦ ପରିବାରରୁ ଅଧିକ ବାସ କରନ୍ତି। ଏକମାତ୍ର ନଳକୂପ ଉପରେ ନିର୍ଭର କରୁଛନ୍ତି। ଆଗକୁ ପାହାଡିଆ ଅଞ୍ଚଳ ଯୋଗୁ ଜଳର ଘୋର ଅଭାବ ଦେଖାଯିବ। ତେଣୁ ଖରାଦିନ ଆସିବା ପୂର୍ବରୁ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଜନ ସାଧାରଣ ତରଫରୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share