କାର୍ଯ୍ୟକ୍ଷମ ହେଲା ସୋଲାର ଜଳ ପ୍ରକଳ୍ପ

ବୁଗୁଡ଼ା,୪ା୭(ଡି.ଏନ.ଏ.): ଧରିତ୍ରୀରେ ଖବର ପ୍ରକାଶନ ପରେ ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଫଳରେ ଗ୍ରାମବାସୀଙ୍କ ମନରେ ଖୁସି ଦେଖାଦେଇଛି। ଲକ୍ଷ୍ମୀପୁର ଗ୍ରାମରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ସୋଲାର ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନଥିଲା। ଫଳରେ ଉକ୍ତ ଗ୍ରାମର ୫୦ ପରିବାରର ପ୍ରାୟ ୩୦୦ ଗ୍ରାମବାସୀ ଜଳ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ସେଠାକାର ଜନ ପ୍ରତିନିଧି ଏବଂ ବିଭାଗୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁ ନ ଥିଲା। ଶେଷରେ ଏନେଇ ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ଜୁନ ୯ରେ ‘କାମରେ ଆସୁନି ସୋଲାର ପ୍ରକଳ୍ପ, ପାଣି ପାଇଁ ଲୋକେ ହଟହଟା’ ଶୀର୍ଷକ ଏକ ଖବର ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ବିଭାଗୀୟ ପ୍ରଶାସନ ତପତ୍ରତା ଦେଖାଇ ଏହାକୁ କାର୍ଯ୍ୟକ୍ଷମ କରାଇଥିଲେ। ଫଳରେ ଏହି ପ୍ରକଳ୍ପରୁ ଜଳ ଯୋଗାଣ ସ୍ବାଭାବିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,୧୫।୧୧(କାଳିଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର...

ଗଞ୍ଜାମ ଏନ୍‌ଏସିର ବିଚିତ୍ର ନୀତି: ଆହାର କେନ୍ଦ୍ର ସମ୍ମୁଖରେ ଡମ୍ପିଂୟାର୍ଡ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ନିର୍ବନ୍ଧ ଭୋଜିରେ ଦାଦା-ପୁତୁରା ଲାଗିଗଲେ କଳି: ଚୋଟ ଖାଇଲେ ମଧ୍ୟସ୍ଥି

ଧରାକୋଟ,୧୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଜଗମୋହନ ପଞ୍ଚାୟତ ନାରାୟଣପୁର ଶାସନ ଗ୍ରାମରେ ଏକ ନିର୍ବନ୍ଧ ଭୋଜିରେ ଛୁରାମାଡ଼ ହେବାରୁ ଜଣେ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କହିଲେ ସହରର ବିକାଶ ଲାଗି…

ପୁରୁଷୋତ୍ତମପୁର,୧୩ା୧୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧକ୍ଷ ଭାବରେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri