Categories: ଜାତୀୟ

ବାପାଙ୍କୁ ଜିଅନ୍ତା ଜାଳିଦେଲେ ପୁଅ

ଲକ୍ଷ୍ନୌ,୧୭ା୧୨: ଉତ୍ତରପ୍ରଦେଶର ନିଗୋହାନ ଅଞ୍ଚଳ ଅନ୍ତର୍ଗତ ରାମପୁର ଗ୍ରାମରେ ସମ୍ପତ୍ତି ବିବାଦକୁ ନେଇ ଜଣେ ୨୬ ବର୍ଷୀୟ ଯୁବକ ତାଙ୍କ ବାପାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି। ପୋଲିସ ଧର୍ମେଶ ରାଓ୍ବତ ଏବଂ ତାଙ୍କୁ ହତ୍ୟାରେ ସହଯୋଗ କରିଥିବା ବାନ୍ଧବୀ ସଙ୍ଗୀତା (୨୪)ଙ୍କୁ ଗିରଫ କରିଛି। ରାମୁ ରାଓ୍ବତ୍‌ ଗୁରୁବାର ରାତିରେ ଚାଷଜମି ଜଗିବାକୁ ଯାଇଥିଲେ।

ଶୁକ୍ରବାର ସକାଳେ ତାଙ୍କ ଦଗ୍ଧ ମୃତଦେହ ଜମିରେ ଥିବା ବୋର୍‌ଓ୍ବେଲରୁ ମିଳିଥିଲା। ଏନେଇ ରାମୁଙ୍କ ଝିଅ ଜୁଲି ପୋଲିସରେ ଏତଲା ଦେଇଥିଲେ। ପୋଲିସ ଧର୍ମେଶ ଓ ଅନ୍ୟମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ଅପରାଧ ମାନିଯାଇଥିଲେ। ପରିବାରର ୨.୫ ବିଘା ଚାଷଜମିରୁ ବାପା ତାଙ୍କୁ ବଞ୍ଚତ୍ତ କରିଥିବା ସନ୍ଦେହ କରି ଧର୍ମେଶ ତାଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

Share