ଟ୍ୟୁସନ ଯାଉଛି କହି ଘରକୁ ଫେରିଲାନି ପୁଅ, ଥାନାରେ ଏତଲା ଦେଲେ ପରିବାର ଲୋକେ

ବାଲିଗୁଡ଼ା,୯ା୨(ଡି.ଏନ୍‌.ଏ.): ଟ୍ୟୁସନ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନଂ ଓ୍ବାର୍ଡ ନୂଆସାହି,ଭାର୍ଡିପଦା ବାସିନ୍ଦା ଅଶୋକ କୁମାର ସାହୁଙ୍କ ପୁତୁରା ବଳରାମ ସାହୁ (୧୬) ଟ୍ୟୁସନ ଯାଉଛି କହି ସାଇକେଲ ଧରି ଘରୁ ବାହାରିଥିଲେ। ଠିକ ସମୟରେ ଘରକୁ ବଳରାମ ଘରକୁ ନ ଫେରିବାରୁ ପରିବାର ଲୋକେ ବୁଝିବା ବେଳକୁ ବଳରାମ ଟ୍ୟୁସନ ନ ଯାଇ କେଉଁଆଡ଼େ ଚାଲିଯାଇଥିବା ଶୁଣିବାକୁ ପାଇଲେ। ବହୁତ ଖୋଜାଖୋଜି କରିବା ପରେ ପୁଅକୁ ନ ପାଇ ଶେଷରେ ବାଲିଗୁଡ଼ା ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକେ। ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ କେସ ନଂ. ୪୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।