ବାପାଙ୍କ ବିବାହରେ ସରପ୍ରାଇଜ୍‌ ଦେଲେ ପୁଅ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ଦମ୍ପତି ଭଉଣୀ ଅର୍ପିତା ଖାନଙ୍କ ଘରେ ବିବାହ କରିଥିଲେ। ଅନେକ ବଲିଉଡ ତାରକା ଅରବାଜ-ଶୌରାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଦୁହିଁଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଅରବାଜଙ୍କ ପୁଅ ଅରହାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ବାପା ଅରବାଜଙ୍କ ବିବାହରେ ଅରହାନ ଗିଟାର ବଜାଇ ସରପ୍ରାଇଜ୍‌ ଦେଇଛନ୍ତି। ଅରହାନ ସମଗ୍ର ପରିବାର ଏବଂ ତାରକାଙ୍କ ସାମ୍ନାରେ ମଞ୍ଚରେ ଅରବାଜଙ୍କ ପାଇଁ ଗିଟାର ବଜାଇଥିଲେ।
ପୁଅର ସରପ୍ରାଇଜ୍‌ ଦେଖି ଅରବାଜ ଏତେ ଖୁସି ହୋଇଗଲେ ଯେ ସେ ଉତ୍ସାହିତ ହୋଇ ଭିଡିଓ ତିଆରି କରିବା ଆରମ୍ଭ କଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅରବାଜଙ୍କ ଭାଇ ସଲମାନ ଏବଂ ସୋହେଲ ମଧ୍ୟ ଉପସ୍ଥିତ ଥିଲେ। ଏହି ବିବାହରେ ଅରବାଜଙ୍କ ପୁଅ ଅରହାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ରିତିଶ ଦେଶମୁଖ, ଜେନେଲିଆ ଡି’ସୁଜା, ରବୀନା ଟଣ୍ଡନ, ଫରାହ ଖାନ, ସାଜିଦ ଖାନ ଏବଂ ବଲିଉଡ ତାରକାମାନେ ମଧ୍ୟ ଯୋଗଦେଇଥିଲୋ।

Share