ଟିଟିଲାଗଡ଼,୨୭।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ସିରଭଟାସ୍ଥିତ ରେଳବାଇ କର୍ମଚାରୀ ଦିଲୀପ କୁମାରଙ୍କ ଏକମାତ୍ର ପୁଅ ମୋହନ କୁମାର (୧୩)ଙ୍କ ବୁଧବାର ମୃତଦେହ ଜବତ ହୋଇଛି। ଶନିବାର ସେ ଘରୁ ଝାଙ୍କରପଡାକୁ ଟ୍ୟୁସନ ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରିି ନ ଥିଲେ । ଘର ଲୋକେ ଖୋଜା ଖୋଜି କରି ନ ପାଇବାରୁ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ସିସି ଟିଭି ଫୁଟେ୍ଜରେ ଜଣେ ଛାତ୍ର ସାଇକଲ୍ ଯୋଗେ ଯାଉଥିବା ଦେଖିବାକୁ ମିଳିଥିଲା। ହେଲେ ସେ କୁଆଡେ ଯାଉଛନ୍ତିି ତାହା ଜଣା ପଡ଼ି ନ ଥିଲା। ଏ ନେଇ ଟିଟିଲାଗଡ଼ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ଏବଂ ୧୪ ଲକ୍ଷ ଟଙ୍କା ଦେଲେ ଛଡାଯିବ ମୋବାଇଲ ମୋହନ ଧରିଥିବା ଫୋନରୁ ବାର୍ତ୍ତା ଆସିଥିଲା । ମୃତଦେହ ଜବତ ପରେ ପୋଲିସ ଅପହରଣ ଏବଂ ହତ୍ୟା ଅଭିଯୋଗରେ କେସିଙ୍ଗା ସହରରୁ ମୃତ ମୋହନର ସମ୍ପର୍କୀୟ ସୁମିତ ବିହାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।