Advertisement

ମା’ଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ ପୁଅ

ନୂଆପଡ଼ା ଅଫିସ୍‌,୨୩ା୧: ନୂଆପଡ଼ା ଜିଲା କୋମନା ଥାନା ସଦର ବଙ୍ଗଳାପଡ଼ାରେ ଶନିବାର କୂଅରେ ଖସିପଡ଼ିଥିଲେ ଜଣେ ବୃଦ୍ଧା। ଏହା ଦେଖି ମା’ଙ୍କୁ ଉଦ୍ଧାର କରିବା ପାଇଁ ପୁଅ ମଧ୍ୟ କୂଅକୁ ଡେଇଁପଡ଼ିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ଉଭୟ ମା’ ଓ ପୁଅଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ସକାଳେ ବଙ୍ଗଳାପଡାର ଶଶିପ୍ରଭା ପାଣିଗ୍ରାହୀ (୬୬) ନିଜ କୂଅ ପାଖରେ ବସି ଖରା ପୋଉଁଥିଲେ। ସେହି ସମୟରେ ହଠାତ୍‌ ଭାରସାମ୍ୟ ହରାଇ ୨୦ଫୁଟ ଗଭୀର କୂଅରେ ପଡ଼ିଯାଇଥିଲେ। ଏହାଦେଖି ପୁଅ ସତ୍ୟନାରାୟଣ କୂଅ ଭିତରକୁ ଡେଇଁ ଶଶିପ୍ରଭାଙ୍କୁ ଟେକିରଖି ପାଟି କରିଥିଲେ। ଅନ୍ୟମାନେ ପହଞ୍ଚତ୍ ଦମକଳ ବାହିନୀକୁ ଖବର ଦେଇଥିଲେ। ପ୍ରାୟ ଅଧଘଣ୍ଟା ଟେକି ରଖିଲା ପରେ କୋମନା ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମା’ ଓ ପୁଅଙ୍କୁ ଉଦ୍ଧାର କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share