ମା’ଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୁଅ

ଅନୁଗୋଳ,୩୦ା୩(ଅମିତ କୁମାର ସାମଲ): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅଞ୍ଚଳରେ ଶନିବାର ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି। ମା’ଙ୍କ ଗଳା କାଟି ହତ୍ୟା କରିବା ପରେ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବଳରାମପ୍ରସାଦ ଗ୍ରାମର ଦ୍ରୌପଦୀ ସାହୁ(୬୪) ଓ ପୁଅ ରଞ୍ଜିତ (୩୧) ବୋଲି ଜଣାପଡ଼ିଛି। ମୃତଦେହକୁ ନାଲ୍‌କୋ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରୁଥିବା ଜଣାପଡ଼ିଛି। ମା’ ଓ ପୁଅ ମଧ୍ୟରେ ମତାନ୍ତରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Share