କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ

ଦିଗପହଣ୍ଡି,୧୭ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମର ସୀମାଞ୍ଚଳ ସେଠୀ ରାଜ୍ୟ ବାହାରୁ ଫେରି ୧୦ଦିନ ହେଲା ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି। ବୁଧବାର ବାପା ବିଶ୍ୱନାଥ ସେଠୀଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିଲା। ସମିତିସଭ୍ୟ ପ୍ରତିନିଧି ପି. ବାଲାଜୀ ରେଡ୍ଡୀ ଓ ସାମାଜିକ କର୍ମୀ ବି. ରୋହିତ ରେଡ୍ଡୀ ବିଡ଼ିଓ ହଳଧର ଶବରଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଅବଗତ କରାଇଥିଲେ। ବିଡିଓ କ୍ବାରାଣ୍ଟାଇନ ସେଣ୍ଟରକୁ ଯାଇ ସୀମାଞ୍ଚଳକୁ ଛାଡିବାକୁ ସେଣ୍ଟର ନୋଡାଲ ଅଧିକାରୀଙ୍କୁ କହିଥିଲେ। ପରେ ସୀମାଞ୍ଚଳ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଆସି ବାପାଙ୍କ ଅନ୍ତିମ ଦର୍ଶନ କରିବା ସହ ମୁଖାଗ୍ନି ଦେଇଥିଲେ।

Share