ଛତ୍ରପୁର,୨୮।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁରେ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ୧୩ ଦିନ ପରେ ତାଙ୍କ ସାନ ପୁଅ ଦେବାଶିଷ ପଣ୍ଡା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେ ଘରେ ରାତିରେ ଶୋଇଥିବାବେଳେ କୀଟନାଶକ ଔଷଧ ପିଇ ଦେଇଥିଲେ । ମଙ୍ଗଳବାର ସକାଳୁ ତାଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନାଯୋଗ୍ୟ ୧୬ ତାରିଖ ରାତିରେ ସୁପ୍ରଭା ଘରେ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁି । ଆତ୍ମହତ୍ୟା କରିଥିବା ଦେବାଶିଷ ଅନ୍ୟ ଜଣଙ୍କୁ ଦତ ପୁତ୍ର ହୋଇଛନ୍ତି । ମୃତା ସୁପ୍ରଭାଙ୍କ ୩ ପୁତ୍ର ହାଇଦ୍ରାବାଦରେ ରହୁଥିଲେ । ମାଙ୍କ ମୃତ୍ୟୁ ପରେ ସେମାନେ ଘରକୁ ଫେରିଥିଲେ ।