ଦୁଇ ଜଣଙ୍କୁ ବିବାହ କରିଥିବା ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ ବି କରିଥିଲେ ରାଜକୀୟ ବିବାହ

ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ନାଗା ଚୈତନ୍ୟ ୨୩ ନଭେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚୈତନ୍ୟ ପ୍ରସିଦ୍ଧ ସୁପରଷ୍ଟାର ଅଭିନେତା ଆକ୍କିନେନି ନାଗାର୍ଜୁନଙ୍କ ପୁଅ। ସେ ୧୯୮୬ ମସିହାରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି ସ୍ବତନ୍ତ୍ର ଦିନରେ,ତାଙ୍କ ସହ ଜଡିତ କିଛି ବିଶେଷ କଥା ଜାଣନ୍ତୁ।

ଆକ୍କିନେନିଙ୍କର ଦୁଇଟି ବିବାହ ହୋଇଥିଲା। ସେ ପ୍ରଥମେ ଲକ୍ଷ୍ମୀ ଦାଗ୍‌ଗୁବତୀଙ୍କୁ ବିବାହ କରିଥିଲେ। ପରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ଯାହାର ନାମ ଚୈତନ୍ୟ। ତାଙ୍କ ଜନ୍ମର କିଛି ଦିନ ପରେ ଉଭୟ ମା’ ବାପାଙ୍କ ଛାଡପତ୍ର ହୋଇଯାଇଥିଲେ। ଚୈତନ୍ୟଙ୍କ ଚେନ୍ନାଇରେ ପଢ଼ିଥିଲେ। ପରେ ସେ ମୁମ୍ବାଇ ଏବଂ ଲସ୍‌ଆଞ୍ଜେଲସ୍‌ରୁ ଅଭିନୟ ଅଧ୍ୟୟନ କରିଥିଲେ।

 

ଚୈତନ୍ୟ ୨୦୦୯ ରେ ଅଭିନୟ ଜଗତରେ ପାଦ ଦେଇଥିଲେ। ସେ ଜୋସ ଫିଲ୍ମରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପରେ ସେ ସାଉ୍‌ଥ୍‌ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି।
ଶେଷରେ ସେ ‘ଭେଙ୍କି ମାମା’ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ଗ୍ରହଣ କରିଥିଲା। ସେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅନେକ ପୁରସ୍କାର ଜିତିଛନ୍ତି। ଫିଲ୍ମ ବ୍ୟତୀତ ସେ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଜଣାଶୁଣା ।

ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ସମନାଥ ରୁତୁ ପ୍ରଭୁଙ୍କୁ ବିବାହ କରିଛନ୍ତି।

ଉଭୟ ଦୀର୍ଘ ଦିନଧରି ପରସ୍ପରକୁ ଡେଟ୍‌ କରିଥିଲେ। ୨୦୧୫ରୁ ଏହି ଦୁଇଜଣ ପରସ୍ପରକୁ ଡେଟ୍‌ ଆରମ୍ଭ କରିଥିଲେ । ପରେ ୨୦୧୭ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଗୋଆରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ। ଉଭୟଙ୍କ ରାଜକୀୟ ବିବାହ ହୋଇଥିଲା।

Share