‘ପୁଅ କହିଲେ, ଝିଅ ଦେଲେ’

ଭୁବନେଶ୍ୱର, ୨୭।୯ (ଅସମାପିକା ସାହୁ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଝିଅ ଦିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ନବଜାତ ଶିଶୁର ବାପା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ। ମଙ୍ଗଳବାର ସେ ଏ ସଂକ୍ରାନ୍ତରେ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଜଣାଇବା ସହ ଶିଶୁର ଡିଏନ୍‌ଏ ଟେଷ୍ଟ ଦାବି କରିଛନ୍ତି। ଏପରିକି ଡିଏନ୍‌ଏ ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ନବଜାତ ଶିଶୁକୁ ନେବେ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି। ଏଥିସହ ସେ କ୍ୟାପିଟାଲ ଥାନାରେ ମଧ୍ୟ ଏନେଇ ଏତଲା ଦେଇଛନ୍ତି। ତେବେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ପ୍ରାଣକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ଗର୍ଭଯନ୍ତ୍ରଣା ବଢ଼ିବାରୁ ସ୍ତ୍ରୀଙ୍କୁ ସୋମବାର ଅପରାହ୍ନ ପ୍ରାୟ ୪ଟା ୩୦ରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୧୦ଟାରେ ତାଙ୍କର ପୁଅ ହୋଇଥିବା ନେଇ ମେଡିକାଲ କର୍ମଚାରୀ କହିଥିଲେ। ପରେ ଜଣେ ନର୍ସ ଶିଶୁଟିକୁ ତାଙ୍କ ଶାଶୁଙ୍କୁ ଦେଇଥିଲେ। ତେବେ ଫଟୋ ଉଠାଇଲା ବେଳେ ଶିଶୁଟି ପୁଅ ନୁହେଁ ଝିଅ ବୋଲି ସେ ଜାଣିବାକୁ ପାଇଥିଲେ। ଏନେଇ ତୁରନ୍ତ ସେ ନର୍ସଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ। ପ୍ରଥମେ ପୁଅ ହୋଇଥିବା କହିଥିଲ, ଏବେ କିନ୍ତୁ ଝିଅ କ’ଣ ଦେଇଛନ୍ତି ବୋଲି କହି ପଚାରିଥିଲେ। ହେଲେ ଉକ୍ତ ନର୍ସ କିଛି ନ କହି ପଳାଇ ଯାଇଥିଲେ। କିଛି ସମୟ ପରେ ଡାକ୍ତର ଆସି ତାଙ୍କର ଝିଅ ହୋଇଥିବା ଜଣାଇଥିଲେ। ଅନ୍ୟ ଜଣଙ୍କର ପୁଅ ହୋଇଥିବାବେଳେ ନର୍ସ ଭୁଲରେ ତାଙ୍କର ପୁଅ ହୋଇଥିବା କହିଦେଇଥିଲେ ବୋଲି ଡାକ୍ତର ତାଙ୍କୁ କହିଥିଲେ ବୋଲି ପ୍ରାଣକୃଷ୍ଣ କହିଛନ୍ତି। ଏ ସଂକ୍ରାନ୍ତରେ କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି, ପ୍ରାଣକୃଷ୍ଣଙ୍କ ଏତଲାକୁ ଆଧାର କରି ଆମ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ପୋଲିସ୍‌ ଟିମ୍‌ ମେଡିକାଲ କର୍ମଚାରୀଙ୍କ ସମେତ ଅନ୍ୟ କେତେଜଣଙ୍କୁ ପଚରାଉଚରା କରିଛି। ଏଥିସହ ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯାଇଛି। ଯାଞ୍ଚ ଓ ପଚରାଉଚରାରୁ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ଜଣାପଡ଼ିଥିବା ସେ କହିଛନ୍ତି। ସେପଟେ ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌, ସ୍ତ୍ରୀ ଓ ପ୍ରସୂତିକାଳୀନ ବିଭାଗ ମୁଖ୍ୟଙ୍କୁ ନେଇ ଏକ ୩ଜଣିଆ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଆବଶ୍ୟକ ପଡ଼ିଲେ ଶିଶୁର ଡିଏନ୍‌ଏ ଟେଷ୍ଟ ମଧ୍ୟ କରାଯିବ ବୋଲି ନିର୍ଦ୍ଦେଶକ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri