ବିଧାନସଭା ସମ୍ମୁଖରେ ମା’ଙ୍କ ବେକରେ ଛୁରି ଲଗାଇଲେ ପୁଅ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ବିଧାନସଭାର ସୁରକ୍ଷା ବଳୟ ବାହାରେ ଗୁରୁବାର ଏକ ଅଭାବନୀୟ  ଘଟଣା  ଘଟିଛି।  ଜଣେ ଯୁବକ ତାଙ୍କ ମା’ଙ୍କ ବେକରେ ଛୁରୀ ଲାଗାଇ ହତ୍ୟା ଧମକ ଦେଇଥିଲେ। ପୋଲିସ ଯୁବକଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ନାକେଦମ ହୋଇଥିଲା। ପରେ ଉପସ୍ଥିତ ବୁଦ୍ଧି, ଧୈର୍ଯ୍ୟ ଓ ବୃତ୍ତିଗତ ଦକ୍ଷତା ଦେଖାଇ ପୋଲିସ ମହିଳାଙ୍କୁ ତାଙ୍କ ପୁଅ କବଳରୁ ନିରାପଦ ଭାବେ ଉଦ୍ଧାର କରିଥିଲା। ଯୁବକଙ୍କୁ ଉଦ୍ଧାର କରାଯାଇ କଟକ ବଡ ମୋଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ପୁଅକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିବାବେଳେ ଏଭଳି ଘଟଣା ଘଟିଥିଲା। ଯୁବକ ଜଣଙ୍କ ମା’ଙ୍କ ବେକରେ ଛୁରି ଲଗାଇ ତଣ୍ଟି କାଟିଦେବି, ପିଚ୍‌ ପିଚ୍‌ ରକ୍ତ ବାହାରିବ ବୋଲି ଧମକ ଦେଇଥିଲେ। ଏହାସହ କିଛି ମନ୍ତ୍ରୀଙ୍କ ନା ନେଇ ଇଂରାଜୀରେ ଗାଳି କରୁଥିବା ମଧ୍ୟ ଦେଖାଯାଇଥିଲା। ପୋଲିସ କୌଶଳ କ୍ରମେ ଯୁବକଙ୍କୁ ଉଦ୍ଧାର କରିଥିଲା। ବିଧାନସଭା ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ ବୋଲି ଜଣାପଡିଛି।

Share