ଦେବଗଡ଼,୨୩ା୮(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ଜନ୍ମଦାତାଙ୍କ ଜୀବନ ଯାଇଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ଗୋବିନ୍ଦ ମୁଣ୍ଡା(୬୦) ଓ ତାଙ୍କ ପୁଅ ଅମୂଲ୍ୟ(୩୫) ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ପୁଅ ଅମୂଲ୍ୟ ବାପା ଗୋବିନ୍ଦଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ପରେ ଏକ ଟାଙ୍ଗିଆରେ ଆକ୍ରମଣ କରିବାକୁ ଗୋଡ଼ାଉ ଥିବାବେଳେ ଗୋବିନ୍ଦଙ୍କ ସାନପୁଅ ଗଣ ମୁଣ୍ଡା ବାପାଙ୍କୁ ଉଦ୍ଧାର କରି ଗାଁମୁଣ୍ଡରେ ଥିବା ଲକ୍ଷ୍ମୀପୂଜା ମଣ୍ଡପରେ ନେଇ ରଖିଥିଲେ। କିନ୍ତୁ ରବିବାର ସକାଳେ ଉକ୍ତ ମଣ୍ଡପରେ ଗୋବିନ୍ଦଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଫଳରେ ଗ୍ରାମବାସୀ ହତ୍ୟାକାରୀ ପୁଅ ଅମୂଲ୍ୟଙ୍କୁ ଘେରି ରହିବା ସହ ଏ ସମ୍ପର୍କରେ ସାନପୁଅ ଗଣ ପୋଲିସକୁ ଜଣାଇଥିଲେ ା ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଅମୂଲ୍ୟଙ୍କୁ ଗିରଫ କରିଛି।