ନୂଆବର୍ଷରେ ଦୁଃଖଦ ଖବର: ଛୁରି ଭୁସି ବାପାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୧ା୧(ଡି.ଏନ୍‌.ଏ.): ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିଛନ୍ତି ଜଣେ ପୁଅ। ଦେବଗଡ଼ ଥାନା ଅନ୍ତର୍ଗତ ବାରକୋଟ ବ୍ଳକ କାଉଁଶିବାହାଳ ଗ୍ରାମରେ ନୂଆବର୍ଷରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅ ଦୁର୍ଯ୍ୟୋଧନ ପ୍ରଧାନଙ୍କ ଛୁରାମାଡ଼ରେ ବାପା ରତ୍ନାକର ପ୍ରଧାନଙ୍କ ଜୀବନ ଯାଇଛି। ହତ୍ୟାକାରୀ ପୁଅଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share