ମା’ଙ୍କ ଜୀବନ ନେଲା ପୁଅ

ଖଇରା,୧୮।୨(ଡି.ଏନ.ଏ) ବାଲେଶ୍ବର ଜିଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ବୁଧବାର ବିଳମ୍ବିତ ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ମା’ ମଣି ଶିଅଳଙ୍କ ସମେତ ବାପା ଓ ଭଉଣୀ ସହିତ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଗବନ୍ଧୁ ପ୍ରଥମେଠେଙ୍ଗା ବାପା ଓ ଭଉଣୀ ଯଶୋଦା ଶିଅଳ କୁ ଆକ୍ରମଣ କରିଥିଲେ। ବାପା ଓ ଭଉଣୀ ଭୟଭୀତ ହୋଇ ବାହାରକୁ ପଳେଇ ଆସିଥିଲେ। ପରେ ଜଗବନ୍ଧୁ ନିଜ ମା’ଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ଘଟଣାସ୍ଥଳରେ ମଣିଙ୍କର ମୃତ୍ୟୁ ଘଟିଛିା ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ଗିରଫ କରିଛି ା