କେନ୍ଦୁଝର/ଝୁମ୍ପୁରା,୯ା୭ (ସ୍ବ.ପ୍ର.): ବିବାହ ସରିଲା। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜ୍ଜା ଚାଲିଥିଲା। କିଛି ଘଣ୍ଟା ପରେ ହୋଇଥାନ୍ତା ଚତୁର୍ଥୀ। ମାତ୍ର ବାପାଙ୍କୁ ହତ୍ୟାକରି ଜେଲ ଗଲେ ପୁଅ। ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ପୋଡାସିମିଳା ଗାଁ କୁଦୁରୁ ସାହିରେ। ଅଭିଯୁକ୍ତ ପୁଅ ହେଲେ ସୁନିଲ ନାଏକ।
ପ୍ରକାଶ ଯେ, କୁଦୁରୁ ସାହିର କୁଶ ନାଏକଙ୍କ ପୁଅ ସୁନୀଲ। ୪ ଦିନ ତଳେ ବିବାହ କରିଥିଲେ । ଗୁରୁବାର ଥିଲା ତାଙ୍କର ଚତୁର୍ଥୀ। ତେବେ ସକାଳୁ କୌଣସି କଥାକୁ ନେଇ ବାପ କୁଶ ଓ ସୁନୀଲଙ୍କ ମଧ୍ୟରେ ପାଟୁତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇ ସୁନିଲ ରାଗରେ କୋଦାଳରେ ହାଣି କୁଶଙ୍କୁ ହାଣି କରିଛନ୍ତି। ଘଟଣାସ୍ଥଳରେ କୁଶଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବାରିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଚି ଅଭିଯୁକ୍ତ କୁଶଙ୍କୁ ଗିରଫ କରିଛି। ଏ ନେଇ ଥାନାରେ କେସ୍ ନଂ. ୪୩/୨୦ ଏକ ମାମଲା ରୁଜୁ କରିଛି।
ମୃତ କୁଶ ୪ ଜଣଙ୍କୁ ବିବାହ କରିଥିଲେ। ତାଙ୍କର ଦ୍ବିତୀୟ ସ୍ତ୍ରୀଙ୍କ ପୁଅ ଥିଲେ ସୁନୀଲ। ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।