ବଲାଙ୍ଗୀର ଅଫିସ,୧୯ା୮: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳୁ ସୁଦପଡ଼ା ନିବାସୀ ଅଜୁ ଦୋରା (୨୫)ଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା । ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ୨ ଅଭିଯୁକ୍ତ ଶୁକ୍ରବାର ସକାଳେ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି । ଏହି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ତଦନ୍ତ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାରିବାରିକ କଳହରୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ସ୍ପଷ୍ଟ ହୋଇଛି। ଗତ ୧୬ ତାରିଖ ଭୋର୍ ସକାଳୁ ହସ୍ପିଟାଲ କ୍ୟାମ୍ପସରେ ଇଡଲି ଠେଲା ଲଗାଇବା ଉଦ୍ଦେଶ୍ୟରେ ଏକ ସ୍କୁଟିରେ ନିଜ ମାଆଙ୍କୁ ନେଇ ଆସୁଥିବାବେଳେ ହସ୍ପିଟାଲ ପରିସର ସିକ୍ୟୁରିଟି ଅଫିସ ସମ୍ମୁଖରେ ହେଲମେଟ ପିନ୍ଧି ପୂର୍ବରୁ ଛପି ରହିଥିବା ଦୁଇ ଜଣ ଯୁବକ ଅଜୁଙ୍କୁ ଖଣ୍ଡାରେ ହାଣି ଦେଇଥିଲେ। ଆକ୍ରମଣକାରୀମାନେ ଅଜୁଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆଜି ବଲାଙ୍ଗୀର ଏସ୍ପି ନୀତିନ କୁଶଲକର ଏହି ହତ୍ୟାକାଣ୍ଡ ସମ୍ପର୍କରେ ପ୍ରେସ୍ମିଟ୍ କରି ସୂଚନା ଦେଇଛନ୍ତି।
Posted inଅପରାଧ, ଆମ ଜିଲା ଖବର, ବଲାଙ୍ଗୀର, ରାଜ୍ୟ