ଆଜିକାଲି ସୋସିଆଲ ମିଡିଆରେ ଏକ ଗୀତ ବେଶ୍ ଟ୍ରେଣ୍ଡ୍ କରୁଛି। ଏହି ଗୀତ ଛୋଟ ପିଲାଙ୍କର। ଗୀତଟି ବିଶ୍ୱ ରେକର୍ଡ ବି ସୃଷ୍ଟି କରିଛି। ୧୩ ଜାନୁୟାରୀରେ ୟୁଟ୍ୟୁବ୍ ଇତିହାସରେ ଏହି ଗୀତ ୧୦ ବିଲିୟନ ଅର୍ଥାତ୍ ୧୦ କୋଟି ଥର ଦେଖାସରିଛି। ଯାହା କି ଏତେ ଭ୍ୟୁ ଯାଇଥିବା ପ୍ରଥମ ଭିଡିଓ ଭାବରେ ପରିଗଣିତ ହୋଇଛି।
ଏକ ରିପୋର୍ଟ ଅନୁଯାୟୀ, ସାଉଥ କୋରିଆର ଏଜୁକେଶନାଲ ଏଣ୍ଟରଟେନମେଣ୍ଟ ଫର୍ମ pinkfong ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ବେବି ଶାର୍କ’ ଗୀତକୁ କୋରିଆ-ଆମେରିକା ସିଙ୍ଗର ହୋପ୍ ସେଗୋଇନ ସ୍ବର ଦେଇଛନ୍ତି। ଏହି ଗୀତ ୨୦୧୬ରେ ରିଲିଜ ହୋଇଥିଲା। ନଭେମ୍ବର ୨୦୨୧ରେ ଏହି ଗୀତକୁ ୭.୦୪ କୋଟି ଥର ଦେଖାସରିଛି। ଏହି ଗୀତକୁ ପିଲାମାନେ ଖୁବ୍ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆରେ ଗୀତଟି ଟ୍ରେଣ୍ଡ୍ କରୁଛି।
pinkfong ନାମକ ଏକ ଟୁଇଟର ପେଜ୍ରେ ଏହା ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ଆମର ଏହି ଗୀତକୁ ୟୁଟ୍ୟୁବ୍ରେ ୧୦ କୋଟି ଥର ଦେଖାଯାଇଛି। ଏହି ଗୀତ ଇତିହାସ ରଚିଛି। ୟୁଜରମାନେ ମଧ୍ୟ ନିଜ ନିଜର ସୁନ୍ଦର ମତାମତ ଆଉ ପ୍ରତିକ୍ରିୟା ଦେଇଛନ୍ତି।