କଣ୍ଟାବାଞ୍ଜି,୮।୩: ଅଧା ବାଟରେ ରହିଲା ପୁଅର ପରୀକ୍ଷା। ପୁଅକୁ ପରୀକ୍ଷା ଦେବାକୁ ନେଉଥିଲା ବେଳେ ଘଟିଲା ଦୁର୍ଘଟଣା । ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ନିକଟରେ। ବାପାପୁଅ ଉଭୟ ସ୍କୁଟିରେ ପୁଅର ପରୀକ୍ଷା ସେଣ୍ଟରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ପୁଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛନ୍ତି।