Categories: ଜାତୀୟ

ସରିଲା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା

ଅଯୋଧ୍ୟା,୨୨ା୧: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ସରିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୪ ସେକେଣ୍ଡର ଶୁଭ ସମୟ ମଧ୍ୟରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିଥିଲେ। କାଶୀ ପୀଠର ବେଦଜ୍ଞ ପ୍ରାଣପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଛନ୍ତି।

ପ୍ରଭୁ ରାମଲାଲା ତାଙ୍କ ମହାନ ମନ୍ଦିରରେ ବସିଛନ୍ତି। ଶୁଭ ମୁହୂର୍ତ୍ତରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି। ପ୍ରଧାନମନ୍ତ୍ରୀ ସୁନେଲି ରଙ୍ଗର କୁର୍ତ୍ତା  ଏବଂ ଧଳା ରଙ୍ଗର ପାଇଜାମା ପିନ୍ଧି ପୂଜାରେ ବସିଥିଲେ। ତାଙ୍କ ହାତରେ କୁଶବଟୁ ଥିଲା। ଚାରିଆଡ଼େ ଜୟ ଶ୍ରୀ ରାମଙ୍କ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ଏହା ପରେ ମନ୍ଦିର ପରିସରରେ ଉପରୁ ହେଲିକପ୍ଟରରୁ ପୁଷ୍ପ ବୃଷ୍ଟି କରାଯାଇଥିଲା।

 

Share