Categories: ବାଣିଜ୍ୟ

ଏନ୍‌ଏମ୍‌ଏସିସିରେ ‘ଦି ସାଉଣ୍ଡ୍‌ ଅଫ୍‌ ମ୍ୟୁଜିକ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୬(ଅଭୟ ଦାଶ): ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ମୁମ୍ବାଇର ନୀତା ମୁକେଶ ଅମ୍ବାନି କଲଚରାଲ୍‌ ସେଣ୍ଟର (ଏନ୍‌ଏମ୍‌ଏସିସି)ରେ ଏକ ସ୍ବତନ୍ତ୍ର ବ୍ରଡ୍‌ୱେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ରିଲାଏନ୍ସ ଫାଉଣ୍ଡେଶନ ଦ୍ୱାରା ସମର୍ଥିତ ଏନ୍‌ଜିଓଗୁଡ଼ିକର ୩୪୦୦ ଉପେକ୍ଷିତ ପିଲା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଏନ୍‌ଏମ୍‌ଏସିସିରେ ସ୍ବତନ୍ତ୍ର ଭାବେ ଆନ୍ତର୍ଜାତିକ ବ୍ରଡ୍‌ୱେର ସଙ୍ଗୀତ କାର୍ଯ୍ୟକ୍ରମ ‘ଦି ସାଉଣ୍ଡ୍‌ ଅଫ୍‌ ମ୍ୟୁଜିକ୍‌’ର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଫାଉଣ୍ଡେଶନ ପକ୍ଷରୁ ମୁମ୍ବାଇର ବିଭିନ୍ନ ଅଞ୍ଚଳର ଦିବ୍ୟାଙ୍ଗ ପିଲାଙ୍କ ସମେତ ୩୪୦୦ ସ୍ବତନ୍ତ୍ର ପିଲା ଓ ବରିଷ୍ଠ ନାଗରିକଙ୍କ ଲାଗି ସପ୍ତାହନ୍ତରେ ୨ଟି ସ୍ବତନ୍ତ୍ର ଶୋ’ ଏନ୍‌ଏମ୍‌ଏସିସିଠାରେ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଏଜୁକେଶନ ଆଣ୍ଡ୍‌ ସ୍ପୋର୍ଟସ୍‌ ଫର ଅଲ୍‌(ଇଏସ୍‌ଏ) କାର୍ଯ୍ୟକ୍ରମର ସମର୍ଥିତ ୧୮ଟି ଏନ୍‌ଜିଓ ସହିତ ରିଲାଏନ୍ସର କର୍ମଚାରୀ ଏବଂ ସ୍ବେଚ୍ଛାସେବୀମାନେ ସମର୍ଥନ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି, ସାଉଣ୍ଡ୍‌ ଅଫ୍‌ ମ୍ୟୁଜିକ୍‌ ପ୍ରତି ବିପୁଳ ସମର୍ଥନ ମିଳିଛି। ଏପରିକି ଭାରତ ଓ ଦୁନିଆର ଶ୍ରେଷ୍ଠତା ପ୍ରଦର୍ଶିତ କରିବା ପାଇଁ ଏନ୍‌ଏମ୍‌ଏସିସିର ଲକ୍ଷ୍ୟକୁ ଏହା ପ୍ରତିଫଳିତ କରୁଛି, ବିଶେଷ କରି କାର୍ଯ୍ୟକ୍ରମର ଶେଷ ଦୁଇ ଶୋ’କୁ ୩୪୦୦ ଅନଗ୍ରସର ପିଲା ଓ ବରିଷ୍ଠ ନାଗରିକଙ୍କ ପ୍ରତି ଉତ୍ସର୍ଗ କରି ଆମେ କୃତଜ୍ଞ। ସେହିଭଳି ସାରା ଦେଶରୁ ପରିବାରଗୁଡ଼ିକ ଆସି ଏକଜୁଟ ହେବା ଓ ଏହି ଯାଦୁକରୀ ଅନୁଭୂତି ହାସଲ କରିବା ବେଶ ହୃଦୟସ୍ପର୍ଶୀ ଥିଲା। ଏପରିକି ସ୍ବତନ୍ତ୍ର ଦର୍ଶକମାନଙ୍କ ସହ ଏହି ଚମତ୍କାର ସଙ୍ଗୀତ କାର୍ଯ୍ୟକ୍ରମକୁ ସମାପନ କରିବାର ତାହା ଥିଲା ଶ୍ରେଷ୍ଠ ଉପାୟ। ଆମର ଏଜୁକଶେନ ଆଣ୍ଡ୍‌ ସ୍ପୋର୍ଟସ୍‌ ଫର ଅଲ୍‌ କାର୍ଯ୍ୟକ୍ରମକୁ ଜାରି ରଖି ଆମେ ସମସ୍ତଙ୍କ ପାଖରେ କଳାକୁ ପହଞ୍ଚାଇବାକୁ ପ୍ରତିବଦ୍ଧ ରହିଛୁ ବୋଲି ନୀତା ମତପ୍ରକାଶ କରିଛନ୍ତି।

Share