‘ପୁଷ୍ପା-୨’ରେ ଏହି ସାଉଥ ଅଭିନେତ୍ରୀ ଆସିବେ ନଜର

ମୁମ୍ବାଇ: ସାଉଥ ଫିଲ୍ମର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ‘ପୁଷ୍ପା’ରୁ ଏହି ଅଭିନେତା ଏକ ପ୍ୟାନ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି। ଫିଲ୍ମର ଡାଇଲଗ୍‌ ଏବଂ ଗୀତ ଆଜି ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଫିଲ୍ମ ରିଲିଜ ହେବା ପରେ ଏକ ବମ୍ପର ରୋଜଗାର କରିଥିଲା। ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ତେବେ ‘ପୁଷ୍ପା ୨’କୁ ନେଇ କିଛି ନା କିଛି ତଥ୍ୟ ସାମ୍ନାକୁ ଆସେ। ଏହି ସମୟରେ ଏକ ଖବର ଆସିଛି ଯେ, ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଉ ଏକ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏକ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ସାଇ ପଲ୍ଲବୀଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଫିଲ୍ମରେ ତାଙ୍କର ଏକ କ୍ୟାମୋ ଭୂମିକା ରହିବ ବୋଲି ଅନୁମାନ କରାଯାଉଛି। ତେବେ ସାଇ ପଲ୍ଲବୀଙ୍କ ଏଣ୍ଟ୍ରିକୁ ନେଇ ଫିଲ୍ମର ନିର୍ମାତା ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି।

Share