ସଲମାନଙ୍କ ଫିଲ୍ମରେ ସାଉଥ୍‌ର ଏହି ବଡ଼ ଷ୍ଟାରଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ସୁଲତାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ର ଷ୍ଟାର କାଷ୍ଟ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ପ୍ରତିଦିନ ଫିଲ୍ମ ବିଷୟରେ ନୂଆ ନୂଆ ଅପଡେଟ୍‌ ସାମ୍ନାକୁ ଆସୁଛି। ଏବେ ଶୁଣିବାକୁ ମିଳୁଛି ‘କଭି ଇଦ୍‌ କଭି ଦିଓ୍ବାଲି’ରେ ସାଉଥ୍‌ ଅଭିନେତା ଜଗପତି ବାବୁ ଏଣ୍ଟ୍ରି କରିବେ।

ସଲ୍‌ମାନଙ୍କ ଏହି ଫିଲ୍ମରେ ଦୁଇ ସାଉଥ୍‌ ଅଭିନେତା ପୂର୍ବରୁ ସାମିଲ ଅଛନ୍ତି। ବର୍ତ୍ତମାନ ଜଗପତି ବାବୁ ଏଣ୍ଟ୍ରି କରିବେ। ଫିଲ୍ମରେ ମୁଖ୍ୟ ଖଳନାୟକ ଭୂମିକାରେ ସେ ନଜର ଆସିବେ। ସଲମାନ ଚାହୁଁଥିଲେ ଜଣେ ଏମିତି ଖଳନାୟକଙ୍କୁ ନେବେ ଯିଏ ଭୟଙ୍କର ଦେଖାଯିବେ। ତେଣୁ ଜଗପତି ବାବୁଙ୍କ ଅପେକ୍ଷା ତାଙ୍କ ନଜରକୁ ଆଉ କେହି ଆସିଲେ ନାହିଁ। ଜଗପତି ଏବଂ ସଲମାନଙ୍କ ମଧ୍ୟରେ ଆକ୍ସନ ସିକ୍ୱେନ୍ସ ରହିଛି।

Share