ରଥର ଦକ୍ଷିଣମୋଡ଼ ଆରମ୍ଭ

ପୁରୀ ଅଫିସ,୨୮ା୬: ଭାଇଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆସନ୍ତା ଜୁଲାଇ ୧ ତାରିଖ ବାହୁଡ଼ା ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ରବିବାରଠାରୁ ବାହୁଡ଼ାଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିର ମୁଖ୍ୟଦ୍ୱାର ସମ୍ମୁଖରେ ଥିବା ତିନିରଥଙ୍କୁ ଦକ୍ଷିଣମୋଡ଼ କରାଯାଇଛି। ପୂର୍ବାହ୍ନ ୧୧.୧୫ରେ ଆଜ୍ଞାମାଳ ବିଜେ ହେବା ପରେ ୧୧.୨୮ରେ ବାଜିଥିଲା ବିଜେ କାହାଳୀ। ଏହା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣମୋଡ଼ କରାଯାଇଛି। ଦର୍ପଦଳନ ରଥ ଗୁଣ୍ଡିଚାମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଲାଗିବା ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share