ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ ସୁନୀତା ଏବଂ ବୁଚ୍‌ଙ୍କୁ ମହାକାଶକୁ ନେଇଥିଲା। ଏହା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ ପୃଥିବୀକୁ ଫେରିପାରିଲେ ନାହିଁ। ବର୍ତ୍ତମାନ ଏହି ମହାକାଶଯାନ ବିନା କ୍ରୁ’ରେ ପୃଥିବୀକୁ ଫେରିଆସିଛି।

ମହାକାଶଯାନ ସିନା ଫେରିଛି ମାତ୍ର ସୁନୀତା ଏବଂ ବୁଚ୍‌ ଆସନ୍ତା ବର୍ଷ ଫେବୃଆରୀରେ ଫେରିବେ। ଷ୍ଟାର୍‌ଲାଇଇନର ସେପ୍ଟେମ୍ବର ୬ ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସ୍ପେସ୍‌ ସେଣ୍ଟରରୁ ବାହାରି ୭ ସେପ୍ଟେମ୍ବର ଅର୍ଥାତ୍‌ ଶନିବାର ପୃଥିବୀକୁ ଫେରିଛି। ଏହି ମିଶନ ଉପରେ ସାରା ବିଶ୍ୱର ବୈଜ୍ଞାନିକଙ୍କ ନଜର ରହିଥିଲା।

ସୂଚନାନୁସାରେ, ଷ୍ଟାର୍‌ଲାଇନାର ମହାକାଶଯାନ ଆଜି ଭାରତୀୟ ସମୟ ଭୋର୍‌ ୩.୩୦ରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌)ରୁ ଅଲଗା ହୋଇଛି। ସକାଳ ୯.୩୨ରେ ଏହା ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ୍‌ ସ୍ୟାଣ୍ଡ ସ୍ପେସ ହାରବର୍‌ (ମରୁଭୂମି)ରେ ଅବତରଣ କରିଛି।

ବୋଇଂ କମ୍ପାନୀ ଏହି ସ୍ପେସ କ୍ରାଫ୍ଟ ତିଆରି କରିଛି। ଜୁନ୍‌ ୫ରେ ସୁନୀତା ଏବଂ ବୁଚ୍‌ଙ୍କୁ ଆଇଏସ୍‌ଏସ୍‌କୁ ପଠାଯାଇଥିଲା। ଏହା କେବଳ ୮ ଦିନର ଏକ ମିଶନ ଥିଲା। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ଏହା ମହାକାଶରେ ଅଟକିଛି। ବର୍ତ୍ତମାନ ଏହି ମହାକାଶଯାନ ବିନା କ୍ରୁରେ ପୃଥିବୀକୁ ଫେରିଛି ସୁନୀତା ଏବଂ ବୁଚ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ରହିବେ। ଫେବୃଆରୀରେ ସ୍ପେସ୍‌ ଏକ୍ସ ବିମାନ ଦ୍ୱାରା ସେମାନଙ୍କୁ ଫେରାଇ ଅଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ...

୪୩.୫° ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର, ୪୦ ଟପିଲା ୧୧ସହର ରେ ତାପମାତ୍ରା

ଭୁବନେଶ୍ୱର,୨୦ା୪: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image