ବିରୋଧୀଙ୍କ ସହଯୋଗ ଲୋଡିଲେ ବାଚସ୍ପତି

ଭୁବନେଶ୍ୱର,୨୧।୭: ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ତେବେ ଏଥିରେ କଂଗ୍ରେସ ଯୋଗ ଦେଇନାହିଁ। ଶୃଙ୍ଖଳିତ ଗୃହକାର୍ଯ୍ୟ ନେଇ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି।
ଏପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା ହୋଇ ନ ଥିବା ବେଳେ ଦଳ ପକ୍ଷରୁ ସର୍ବଦଳୀୟ ବୈଠକରେ କେହି ଯୋଗ ଦେଇ ନ ଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଫୋନ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ସେହିପରି ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ବୈଠକରେ ସାମିଲ ହୋଇ ନ ଥିଲେ।
Share