Posted inରାଜ୍ୟ

ଆନ୍ଦୋଳନକାରୀଙ୍କୁ ପୋଲିସର ଲାଠିଚାଳନା: ୫ରେ ପୁଣି ଢିଙ୍କିଆ ଗସ୍ତ କରିବ ସ୍ବତନ୍ତ୍ର କମିଟି

କଟକ ଅଫିସ,୨୪ା୨: ଜଗତ୍‌ସିଂହପୁର ଜିଲା ଢିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିର୍ମାଣକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କୁ ପୋଲିସର ଲାଠିଚାଳନା ଘଟଣା ସମ୍ପର୍କିତ ମାମଲାର ବୁଧବାର ହାଇକୋର୍ଟରେ ଶୁଣାଣି ହୋଇଛି। ଉଚ୍ଚ ଅଦାଲତଙ୍କ ଦ୍ୱାରା ଗଠିତ ୫ଜଣିଆ ସ୍ବତନ୍ତ୍ର କମିଟିକୁ ପୁଣିଥରେ ଆସନ୍ତା ୫ତାରିଖରେ ଢିଙ୍କିଆ ଗସ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟବିଚାରପତି ଏସ୍‌.ମୁରଲୀଧର ଏବଂ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ କମିଟି ସେଠାରେ ଜନଶୁଣାଣି କରିବ। ସ୍ଥାନୀୟ ଲୋକଙ୍କ ମତାମତ ଗ୍ରହଣ କରିବା ନିମନ୍ତେ ଜନଶୁଣାଣିର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜିଲାପାଳ ଓ ଏସ୍‌ପି ସମସ୍ତ ପଦକ୍ଷେପ ନେବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ସ୍ବତନ୍ତ୍ର କମିଟି ଢିଙ୍କିଆ ଗସ୍ତ କରିବାର ୩ଦିନ ମଧ୍ୟରେ ଘଟଣାର ସ୍ଥିତି ସମ୍ପର୍କରେ ହାଇକୋର୍ଟରେ ରିପୋର୍ଟ ଉପସ୍ଥାପନ କରିବାକୁ କୁହାଯାଇଛି।
ଏରସମା ବ୍ଲକ ଢିଙ୍କିଆ ଚାରି ଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଗତ ଜାନୁୟାରୀ ୧୪ରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହାଇକୋର୍ଟରେ ୩ଟି ପୃଥକ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମ୍‌କାର ଦେବଦାସ, ସୁକାନ୍ତ କୁମାର ଦଳେଇ, ଅତିରିକ୍ତ ସରକାରୀ ଓକିଲ ଦେବକାନ୍ତ ମହାନ୍ତି ଓ ଜନ୍ମେଞ୍ଜୟ କଟିକିଆ ପ୍ରମୁଖଙ୍କୁ ନେଇ ଗଠିତ ୫ଜଣିଆ ଟିମ୍‌ ଗତ ୧୯ ତାରିଖରେ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ। ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବାବେଳେ ଏକ ରାଜନୈତିକ ଦଳର ଶୋଭାଯାତ୍ରାରେ ଆସିଥିବା ବାଲିତୁଠ ଅଞ୍ଚଳର କେତେଜଣ ବ୍ୟକ୍ତି ସେଠାରେ ପହଞ୍ଚତ୍ କମିଟି ସଦସ୍ୟଙ୍କୁ ବିରୋଧ କରିବା ସହ ଗଣ୍ଡଗୋଳ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ହେବା ପରେ କମିଟି ସଦସ୍ୟ ଗ୍ରାମ ପରିକ୍ରମା କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ସାଧାରଣ ଜୀବନଯାପନ ବ୍ୟାହତ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏହାପରେ କମିଟିସଦସ୍ୟ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କୁ ଡାକି ହାଇକୋର୍ଟରେ ମାମଲା ଚାଲିଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ହେବା ପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ ନ କରିବାକୁ କହିଥିଲେ। ସେଠାରୁ କମିଟି ସଦସ୍ୟ ଫେରିବା ପରେ ବୁଧବାର ସେମାନଙ୍କ ରିପୋର୍ଟକୁ ଅଲଗା ଅଲଗା ଭାବେ ହାଇକୋର୍ଟରେ ଦାଖଲ କରିଥିଲେ। ଏହା ପରେ ଖଣ୍ଡପୀଠ ଢିଙ୍କିଆର ବାସ୍ତବ ଚିତ୍ରର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ କମିଟିକୁ ଆଉଥରେ ଘଟଣାସ୍ଥଳ ଗସ୍ତ କରି ସେଠାରେ ଏକ ଜନଶୁଣାଣି କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ

ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା):  ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ...

ଅବ୍ୟବସ୍ଥାରେ ଚାଲିଛି ଗଞ୍ଜାମ ବାଳିକା ବିଦ୍ୟାଳୟ: ଶ୍ରେଣୀଗୃହ ନାହିଁ, ୪ କୋଠରିରେ ପଢୁଛନ୍ତି ୩୮୫ଛାତ୍ରୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କରଣ ସାହି ଷ୍ଟେସନ ରୋଡ଼ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି। ୪୬ ବର୍ଷର ଏହି ପୁରାତନ ବିଦ୍ୟାଳୟରେ...

୬ ଲକ୍ଷ ଯୋଗ୍ୟ ହିତାଧିକାରୀ ପାଇବେ ରାଶନ କାର୍ଡ

ଭୁବନେଶ୍ୱର,୨୭ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ପ୍ରାୟ ଲକ୍ଷେ ଲୋକଙ୍କ ରାଶନ କାର୍ଡ କଟିଛି। ଏହାବାଦ୍‌ ଅନ୍ୟ ୫ ଲକ୍ଷ ମୃତ ହିତାଧିକାରୀଙ୍କୁ ମିଶାଇ ମୋଟ ୬ ଲକ୍ଷ...

ରାଇପାହାଡ଼ର ଘରେ ଘରେ ଆନ୍ଧ୍ର, ଓଡ଼ିଶା ବିଦ୍ୟୁତ୍‌ ମିଟର

ନନ୍ଦପୁର,୨୭ା୪ (ତୁଷାରକାନ୍ତ ମହାନ୍ତି): ଗୋଟିଏ ଘରେ ଲାଗିଛି ଦୁଇ ରାଜ୍ୟର ବିଦ୍ୟୁତ୍‌ ମିଟର। ଗୋଟିଏ ଆନ୍ଧ୍ରର ଅନ୍ୟଟି ଓଡ଼ିଶାର। ଏଭଳି ଘଟଣା ନନ୍ଦପୁର ବ୍ଲକ୍‌ ଗୋଲୁର...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର, ୨୬ା୪(ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର...

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ମାର୍ଶାଲ ଆର୍ଟ ରହିଛି’

ଭଞ୍ଜନଗର,୨୬ା୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଯୁକ୍ତ ୩ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର...

ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …

ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image