ଅଭିଯୁକ୍ତଙ୍କୁ କରୋନା ଶୁଣି ସ୍ପେଶାଲ ସ୍କ୍ବାଡ୍‌ରେ ଛନକା

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଅଳଙ୍କାର ଲୁଟ୍‌ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଖାରବେଳନଗର ଥାନା ଅଞ୍ଚଳରେ ଗତ ୨୬ ତାରିଖରେ ଘଟିଥିବା ଏହି ହାଇପ୍ରୋଫାଇଲ୍‌ ଲୁଟ୍‌ ପରେ କମିଶନରେଟ ପୋଲିସର ନିଦ ହଜିଥିଲା। ଗୁରୁବାର ରାତିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଧରି ତନାଘନା ଚଳାଇଥିଲା ସ୍ପେଶାଲ ସ୍କ୍ବାଡ୍‌। ସେମାନଙ୍କଠାରୁ ଲୁଟ୍‌ ୩ଟି ସୁନା ଚେନ୍‌ ସହ ଲୁଟ୍‌ରେ ବ୍ୟବହୃତ ବନ୍ଧୁକ, ୩ଟି ଗୁଳି, କଟୁରି ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରି ଆଶ୍ୱସ୍ତ ହୋଇଥିଲା ପୋଲିସ। ହେଲେ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ କରୋନା ହୋଇଥିବା ଶୁଣିବା ପରେ ପୁଣି ନିଦ ହଜିଛି। ତଦନ୍ତରେ ସମ୍ପୃକ୍ତ ସ୍ପେଶାଲ ସ୍କ୍ବାଡ୍‌ର ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ମଧ୍ୟରେ ଛନକା ପଶିଛି। କାରଣ ଅଭିଯୁକ୍ତଙ୍କୁ ଧରି ସ୍ପେଶାଲ ସ୍କ୍ବାଡ୍‌ ସମ୍ପୃକ୍ତ ୩ଦିନ ହେବ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବାକୁ ଚେଷ୍ଟା ଚଳାଇଥିଲା। ତେବେ ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଉକ୍ତ ଅଭିଯୁକ୍ତଙ୍କ ରିପୋର୍ଟ ଯେପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ସେନେଇ କିଛି ବି କହି ହେବ ନାହିଁ । ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିବା ପରେ ପଦକ୍ଷେପ ନିଆଯିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି। ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ଅଭିଯୁକ୍ତମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ତେବେ ଉପରୁ ନିର୍ଦ୍ଦେଶ ଆସିବା ପରେ ତଦନ୍ତରେ ସାମିଲ୍‌ ଥିବା ଟିମ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।
ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ବ୍ରହ୍ମପୁର ଗାନ୍ଧୀ ନଗର ଲେନ୍‌-୧ର ଅଶୋକ ବେହେରା (୩୨), ପୁରୀ ପିପିଲିର ଦେବରାଜ ଜେନା (୩୨) ଓ ବିଜୟ କୁମାର ସାମନ୍ତରାୟ (୩୨)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନାମରେ ଆଇପିସି ଦଫା ୩୯୪, ୩୪ ଓ ଆମର୍‌ସ ଆକ୍ଟ ଲଗାଯାଇଛି। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ସେମାନଙ୍କୁ ଜେଲ୍‌ର ସ୍ବତନ୍ତ୍ର କୋଠରିରେ ରଖାଯାଇଛି। ଯାହାର ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗ୍‌ ଜୁଲାଇ ୧୩ରେ ଖଣ୍ଡଗିରି ଥାନାଞ୍ଚଳରେ ଘଟିଥିବା ଏକ ଲୁଟ୍‌ ଘଟଣା ସହ ପୁରୀ, ଭୁବନେଶ୍ୱର ଓ ଉପକଣ୍ଠରେ ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଛି। ଦୀର୍ଘଦିନ ହେବ ଅପରାଧ ଘଟାଇ ଚ୍ୟାଲେଞ୍ଜ କରୁଥିଲେ ମଧ୍ୟ ଭିଜିଲାନ୍ସ ଡିଏସ୍‌ପି ଲୁଟ୍‌ର ଶିକାର ହେବା ପରେ କମିଶନରେଟ ପୋଲିସର ଚେତା ପଶିଥିଲା। ଦକ୍ଷ ଅଫିସରଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପୁରୁଣା ରେକର୍ଡଥିବା ଲୁଟେରାଙ୍କର ତାଲିକା ପ୍ରସ୍ତୁତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ସମୟରେ ଅଶୋକଙ୍କ ନାଁ ପଦାକୁ ଆସିଥିଲା ଓ ତାଙ୍କ ଫୋନ୍‌ ଲୋକେଶନରୁ ସେ ହିଁ ଉକ୍ତ ଲୁଟ୍‌ରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ତାଙ୍କୁ ପିପିଲିରୁ ଗିରଫ କରିବା ପରେ ଅନ୍ୟ ଦୁଇ ଲୁଟେରାଙ୍କୁ ଧରିଥିଲା। ଏହି ଗ୍ୟାଙ୍ଗ୍‌ ଭୋର୍‌ ସମୟରେ ପିପିଲିରୁ ଭୁବନେଶ୍ୱର ଆସି ମହିଳାଙ୍କୁ ଟାର୍ଗେଟ କରି ଲୁଟ୍‌ପାଟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବିଜୁଳି କାଟ୍‌କୁ ନେଇ ମନ୍ତ୍ରୀ କହିଲେ ଏଣିକି…

ଭୁବନେଶ୍ୱର,୧୯ା୩: ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଖରାଦିନରେ ବିଜୁଳି...

ଗୁରୁବାର ଓଡ଼ିଶାର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା; IMDର ପୂର୍ବାନୁମାନ

ଭୁବନେଶ୍ୱର,୧୯।୩: ବୁଧବାର ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଗୁରୁବାର (ମାର୍ଚ୍ଚ ୨୦) ଓଡ଼ିଶାର ଅନେକ ଜିଲାରେ ଝଡ଼ବର୍ଷା ହୋଇପାରେ। ଭଦ୍ରକ, ଝାରସୁଗୁଡ଼ା,...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୯ା୩: ରାଜ୍ୟରେ ବଢୁଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ଏପ୍ରିଲ ୨ରୁ ଲାଗୁ...

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମିନତି

ଭୁବନେଶ୍ୱର,୧୯।୩(ରବିନାରାୟଣ ଜେନା): ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ମାମଲା ଏବେ ରୋଚକ ମୋଡ଼ ନେଇଛି। ଦୀର୍ଘଦିନ ଧରି ତାଙ୍କ ଝିଅ ଦୀପାଳି ଦାସ...

ସୁଭଦ୍ରାକୁ ନେଇ ବଡ଼ ଘୋଷଣା କଲେ ପ୍ରଭାତୀ, ଯେଉଁମାନଙ୍କର ରାଶନ କାର୍ଡ ଓ ଗାଡି ଅଛି…

ଭୁବନେଶ୍ୱର,୧୯।୩: ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ଦ୍ବିତୀୟ କିସ୍ତିରୁ ୧ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ରାଶନ...

ରାଜାଙ୍କୁ ୩ଦିନ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୯।୩: ବିଜେଡି ନେତା ରାଜା ଚକ୍ରଙ୍କୁ ୩ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଏନେଇ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଛନ୍ତି ରାଜା ଚକ୍ର...

ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା: ସମୟ ନେଲେ ସରକାର

ଭୁବନେଶ୍ୱର,୧୯।୩: ବର୍ଷ ବର୍ଷ ଧରି ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। ବର୍ତ୍ତମାନ ମାମଲା ହାଇକୋର୍ଟରେ ପହଞ୍ଚିଛି। ତେବେ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ...

ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌, ସରକାର କହିଲେ…

ଭୁବନେଶ୍ୱର,୧୯।୩: ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image