ଶରୀରର ଆଧିଭୌତିକ ରହସ୍ୟ

ରିତେଶ କୁମାର ଶିଶୁ

ଆମେ ଜାଣୁ ଯେ, ଆମ ଶରୀର ରକ୍ତ ମାଂସରେ ଗଢ଼ା। କିନ୍ତୁ ବିଜ୍ଞାନ କହେ, ଏହି ଶରୀର କେତେକ ମୌଳିକ ପଦାର୍ଥକୁ ନେଇ ଏକ ରାସାୟନିକ ସରଞ୍ଚନା ମାତ୍ର, ଯେଉଁଥିରେ ଅହରହ ରାସାୟନିକ ପ୍ରକ୍ରିୟାମାନ ଚାଲୁ ରହିଛି। ଆମ ଶରୀରର କୋଷଗୁଡ଼ିକୁ ଭାଙ୍ଗି ଭାଙ୍ଗି ଗଲେ ଶେଷରେ କିଛି ମୌଳିକ ପଦାର୍ଥର ଅଣୁ ଓ ପରମାଣୁକୁ ପାଇବା; ଯେପରି କି ଅଙ୍ଗାରକ, ଅମ୍ଳଯାନ, ଉଦ୍‌ଯାନ, ଲୌହ, କ୍ୟାଲ୍‌ସିୟମ, ଫସ୍‌ଫରସ୍‌, ସୋଡିୟମ୍‌, କ୍ଲୋରିନ୍‌, ପଟାସିୟମ, ମାଙ୍ଗାନିଜ୍‌ ଇତ୍ୟାଦି। ଏହି ମୌଳିକଗୁଡ଼ିକ ଆମ ଶରୀରରେ ନିର୍ଦ୍ଧାରିତ ମାତ୍ରାରେ ସନ୍ତୁଳିତ ହୋଇ ଥାଆନ୍ତି ଏବଂ ଆମ ଶରୀରରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା କରନ୍ତି, ଯାହା ଆମ ଶରୀରରେ ବିକାଶ ଓ ବିନାଶର କାର୍ଯ୍ୟ ନିର୍ବାହ କରନ୍ତି। ଆମେ ଖାଉଥିବା ଖାଦ୍ୟ ମାଧ୍ୟମରେ ଏହି ମୌଳିକଗୁଡ଼ିକ ଆମ ଶରୀରକୁ ମିଳିଥାଆନ୍ତି। ବେଳେବେଳେ ଏହି ମୌଳିକ ଖାଦ୍ୟସାରଗୁଡ଼ିକର କମ୍‌ ବା ଅଧିକ ହୋଇ ଶରୀରରେ ଅସନ୍ତୁଳିତ ହୋଇଗଲେ ଆମ ଦେହ ଖରାପ ହୋଇଥାଏ।
ପଦାର୍ଥ ବିଜ୍ଞାନର ପରିଭାଷା ଅନୁଯାୟୀ ଆମ ଶରୀରର ଆକାର, ଆମେ ସାଧାରଣ ଭାବରେ ଦେଖୁଥିବା ଶରୀରର ଆକାରକୁ ଯଦି ତୁଳନା କରିବା, ଯାହା ନିଶ୍ଚୟ ଆପଣଙ୍କୁ ଚକିତ କରିଦେବ। ବିଜ୍ଞାନର ତଥ୍ୟ କହେ, ମୌଳିକ ପଦାର୍ଥଗୁଡ଼ିକ ମଧ୍ୟରେ ଥିବା ଅତି କ୍ଷୁଦ୍ର ପରମାଣୁଗୁଡ଼ିକର ଅଭ୍ୟନ୍ତରର ଅଧିକାଂଶ ଭାଗ ଫମ୍ପା ବା ଶୂନ୍ୟ ଥାଏ। ପରମାଣୁ ସରଞ୍ଚନା ଦୃଷ୍ଟିରୁ କେନ୍ଦ୍ରରେ ଏକ ନାଭି ଥାଏ, ଯାହା ଚାରିପଟେ ଇଲେକ୍‌ଟ୍ରନଗୁଡିକ ତରଙ୍ଗାୟିତ ଭାବରେ ଅତି କ୍ଷିପ୍ର ଗତିରେ ଘୂର୍ଣ୍ଣନ କରୁଥା’ନ୍ତି ଏବଂ ଏହାର ଅଭ୍ୟନ୍ତର ଅଞ୍ଚଳର ୯୯.୯୯% ଶୂନ୍ୟ ବା ଫମ୍ପା ଥାଏ। ଏହିପରି କେତେଗୁଡ଼ିଏ ପରମାଣୁକୁ ନେଇ ଏକ ମୌଳିକ ଉପାଦାନର ଅତି ସୂକ୍ଷ୍ମ ଅଣୁ ଗଠିତ ଏବଂ ଏହିପରି ସହସ୍ରାଧିକ ଅଣୁ ମିଶି ଏକ ମୌଳିକ ପଦାର୍ଥ ସୃଷ୍ଟି ହୁଏ, ଯାହା ଆମ ଶରୀର ଗଠନର ମୁଖ୍ୟ ଉପାଦାନ।
ଏହି ତଥ୍ୟ ଅନୁଯାୟୀ ଆମ ଶରୀରର ୯୯.୯୯% ଶୂନ୍ୟ ବା ଫମ୍ପା। ଏହାକୁ ଆମେ ଖାଉଥିବା ସୁନପାମ୍ପୁଡ଼ି ସହିତ ତୁଳନା କରାଯାଇପାରେ, ଯେପରି ଏକ ବଡ଼ ଆକାରର ସୁନପାମ୍ପୁଡ଼ିକୁ ଚାପିଦେଲେ ଏହା ମଧ୍ୟରେ ଥିବା ଶୂନ୍ୟ ସ୍ଥାନ କମିିଯାଇ ଏହା ଏକ ଛୋଟ ମଟର ଦାନା ପରି ହୋଇଯାଏ। ସେହିପରି ଆମ ଶରୀର ମଧ୍ୟରେ ଥିବା ଅନେକ ପ୍ରକାରର ମୌଳିକ ପଦାର୍ଥର ପ୍ରତ୍ୟେକ ପରମାଣୁଗୁଡ଼ିକ ମଧ୍ୟରେ ଥିବା ଏହି ଫମ୍ପା ବା ଶୂନ୍ୟ ଅଂଶକୁ ଯଦି କୌଣସି ଉପାୟରେ ଯଥାସମ୍ଭବ କମ୍‌ କରିଦିଆଯିବ, ତେବେ ଆମ ଏହି ପୃଥିବୀରେ ରହୁଥିବା ସମସ୍ତ ମଣିଷମାନଙ୍କ ଶରୀରର ସମ୍ପୂର୍ଣ୍ଣ ବସ୍ତୁତ୍ୱ ଏକ ଛୋଟ ସେଓ ଫଳ ଆକାରର ହୋଇଯିବ। ଏଥିରୁ ଅନୁମାନ କରନ୍ତୁ, ଆମେ କେଉଁ ପ୍ରକାରର ଏକ ବିଚିତ୍ର ମାୟାଜାଲପୂର୍ଣ୍ଣ ସଂସାରରେ ବାସ କରୁଛେ!
ଆମେ ସମସ୍ତେ ଜାଣୁ ପରମାଣୁ ବମ୍‌ ବିସ୍ଫୋରଣ ହେଲେ କିମ୍ବା ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ପରମାଣୁ ରିଆକ୍ଟରରେ ତ୍ରୁଟି ଦେଖାଦେଲେ ମାରାମତ୍କ ତେଜସ୍କ୍ରିୟ ବିକିରଣ ହୁଏ। କିନ୍ତୁ ଆମ ଶରୀର ମଧ୍ୟ ଏହି ତେଜସ୍କ୍ରିୟ ବିକିରଣର ଏକ ଗନ୍ତାଘର ବୋଲି ବହୁତ କମ୍‌ ଲୋକ ଜାଣିଥିବେ। ତେଜସ୍କ୍ରିୟ ବିକିରଣ ସାଧାରଣତଃ ତେଜସ୍କ୍ରିୟ ମୌଳିକ ପଦାର୍ଥ ଯଥା ରେଡିୟମ୍‌, ୟୁରାନିୟମ, ଥୋରିୟମ୍‌, ପଟାସିୟମ୍‌-୪୦ ଆଇସୋଟୋପ ଆଦିରୁ ହୋଇଥାଏ। ଆମ ଶରୀରରେ ମଧ୍ୟ ଏହିସବୁ ମୌଳିକ ପଦାର୍ଥ ଅଳ୍ପ ବହୁତେ ଅଛି। ସେଥିମଧ୍ୟରୁ ପଟାସିୟମ୍‌-୪୦ ଆଇସୋଟୋପ ଅଧିକ ମାତ୍ରାରେ ଅଛି, ଯାହା ଅତି ମାରାମତ୍କ ଗାମା ରଶ୍ମି ବିକିରଣ କରିବାକୁ ସକ୍ଷମ। କିନ୍ତୁ ଏଥିରୁ ବାହାରୁଥିବା ବିକିରଣ ମାତ୍ରା ଆମ ଶରୀର ପାଇଁ କ୍ଷତିକାରକ ହୁଏ ନାହିଁ। ଗବେଷଣାରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତି ଯେତେ ମୋଟା ସେ ସେତେ ଅଧିକ ତେଜସ୍କ୍ରିୟ ବିକିରଣ କରିଥାଆନ୍ତି। ଆକଳନ କରାଯାଇଛି କି, ଯଦି ୧,୦୦,୦୦,୦୦୦ ଲୋକଙ୍କୁ ଏକ ସ୍ଥାନରେ ୮ ଘଣ୍ଟା ପାଇଁ ଆବଦ୍ଧ କରି ରଖାଯାଏ, ତେବେ ସେମାନଙ୍କଠାରୁ ନିର୍ଗତ ତେଜସ୍କ୍ରିୟ ବିକିରଣ ଦ୍ୱାରା ପରସ୍ପର ୨୦ ଦିନ ମଧ୍ୟରେ ମୃତ୍ୟୁବରଣ କରିବେ।
ତେଣୁ ଆମ ଶରୀର ପଦାର୍ଥ ବିଜ୍ଞାନ ଓ ରାସାୟନିକ ବିଜ୍ଞାନର ଏକ ପ୍ରାକୃତିକ ପ୍ରୟୋଗଶାଳା, ଯାହା ପ୍ରକୃତିରେ ମିଳୁଥିବା ଏହି ମୌଳିକ ଉପାଦାନଗୁଡିକ ଉପରେ ସର୍ବଦା ନିର୍ଭରଶୀଳ। ଏହିଭଳି ଏକ ସମାନ ଉକ୍ତି ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ମଧ୍ୟ ଉଲ୍ଲିଖିତ ଅଛି। ଯଥା- ପ୍ରକୃତେଃ କ୍ରିୟମାଣାନୀ ଗୁଣୈଃ କର୍ମଣୀ ସର୍ବଶଃ, ଅହଙ୍କାର ବମୂଢ଼ାମତ୍ା କର୍ତାହମତି ମନ୍ୟତେ। ଅର୍ଥାତ୍‌ ସଂସାରର ସବୁ କାର୍ଯ୍ୟ ପ୍ରକୃତିର ତାଡ଼ନାରେ ସଂଘଟିତ ହେଉଛି, କିନ୍ତୁ ଅହଂକାରବଶତଃ ଅଜ୍ଞ ମଣିଷ ମୁଁ ସବୁ କରୁଛି ବୋଲି ଭାବେ। ସତରେ କେତେ ବିଚିତ୍ର ଆମ ଜୀବନର ରହସ୍ୟ।
ଦଧିବାବନପୁର, କଟକ
ମୋ:୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri