Posted inଖେଳ

ପୁରୁଷ ହକି ଦଳକୁ ଭେଟିବେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୮: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସେପ୍ଟେମ୍ବର ୧୦ ପୂର୍ବରୁ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଦଳ ସହିତ ଏକ ବୈଠକ କରିବେ। ୨୦୨୮ ଲସ୍‌ଏଞ୍ଜେଲ୍ସ ଗେମ୍ସରେ ଯେପରି ସ୍ବର୍ଣ୍ଣ ପଦକ ହାସଲ କରାଯିବା ପ୍ରୟାସରେ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିବେ। ମାଣ୍ଡବ୍ୟ ମଙ୍ଗଳବାର ସକାଳେ ପ୍ୟାରିସ୍‌ରୁ ଫେରିଥିବା ଷ୍ଟାର ଗୋଲକିପର ପି.ଆର. ଶ୍ରୀଜେଶ, ଡିଫେଣ୍ଡର ସଞ୍ଜୟ, ଅମିତ ରୋହିଦାସ ଓ ଷ୍ଟ୍ରାଇକର ଅଭିଷେକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାଣ୍ଡବ୍ୟ କହିଥିଲେ, ଆପଣମାନଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଆମେ ସ୍ବର୍ଣ୍ଣ ଜିତିପାରି ନ ଥିଲେ ହେଁ ଏହାର ନିକଟତର ହୋଇପାରିଥିଲେ। ସେମିଫାଇନାଲରେ ପରାଜିତ ହେବାପରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ଯେପରି ପ୍ରଦର୍ଶନ କଲ ତାହା ପ୍ରଶଂସା ଯୋଗ୍ୟ। ମାତ୍ର ଏହି ରାସ୍ତାର ଅନ୍ତ ଘଟିନାହିଁ, ଲସ୍‌ଏଞ୍ଜେଲ୍ସରୁ ଆମକୁ ସ୍ବର୍ଣ୍ଣ ସହିତ ଫେରିବାକୁ ହେବ। ଏଦିଗରେ ଆମେ କିପରି ସଫଳ ହୋଇପାରିବା ସେ ନେଇ ମୁଁ ଆପଣମାନଙ୍କ ପରାମର୍ଶ ଲୋଡୁଛି। ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଦେବାକୁ ପ୍ରସ୍ତୁତ। ମନ୍ତ୍ରୀ ପୁଣି କହିଥିଲେ, ଗତ ସଂସ୍କରଣ ସହ ଯଦିଓ ତୁଳନୀୟ ନୁହେଁ ତେବେ ପ୍ୟାରିସ ଗେମ୍ସରେ ଭାରତୀୟ ଆଥ୍‌ଲେଟଙ୍କ ପ୍ରଦର୍ଶନକୁ ନେଇ ସେ ସନ୍ତୁଷ୍ଟ। ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ ସମେତ ୭ ପଦକ ଜିତିଥିଲା, କିନ୍ତୁ ପ୍ୟାରିସ୍‌ରେ ଦେଶ ୫ ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ସମେତ ୬ ପଦକ ଜିତିବାରେ ସମର୍ଥ ହୋଇଛି। ତେବେ ଭାରତ ଚତୁର୍ଥ ସ୍ଥାନରେ ରହି ୭ଟି ପଦକ ଅଳ୍ପକେ ହାତଛଡ଼ା କରିଛି। ତେଣୁ ମୋଟ ଉପରେ ଏହାକୁ ଏକ ଭଲ ପ୍ରଦର୍ଶନ ବୋଲି କୁହାଯାଇପାରିବ। ମାଣ୍ଡବ୍ୟ ଏହା ପୂର୍ବରୁ ଫେରିଥିବା ହକି ଦଳର ଅନ୍ୟ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri