ସ୍କ୍ବାଡ୍‌ ଗଠନ ହୋଇଛି, ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୪ା୪: କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ଓ ତମାଖୁ ସେବନ ବହୁ ଅଧିକ ଥିବାରୁ ବୁଦ୍ଧିଜୀବୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏସବୁର ଅହେତୁକ ବୃଦ୍ଧି ପରିବାରରେ ସମସ୍ୟା ସୃଷ୍ଟି କରୁଛି। ଜିଲାର ବିଭିନ୍ନ ସ୍ଥାନରେ କଟକଣାରେ ଥିବା ତମାଖୁ ଯୁକ୍ତ ଗୁଟ୍‌ଖା ଖୋଲାଖୋଲି ବିକ୍ରି ହେଉଛି। ଏହାକୁ ଦେଖି ଲୋକେ ନକଲି ଗୁଟ୍‌ଖା କମ୍ପାନୀ ଖୋଲିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ତଦାରଖ ହେଉ ନ ଥିବାରୁ ମୁଖଗହ୍ବର ରୋଗ ବଢ଼ିବା ସହିତ ନାବାଳିକା, ନାବାଳକ ବ୍ୟବହାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି, ଜିଲାରେ ନକଲି ଜର୍ଦ୍ଦାର ପ୍ରଚାର ପ୍ରସାର ବଢ଼ି ଚାଲିଛି। ମହାକାଳପଡ଼ା ବ୍ଲକ ରାଜଗଡ଼ ଗ୍ରାମରେ ରାଜା ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ନକଲି ଜର୍ଦ୍ଦା ତିଆରି ଅଭିଯୋଗରେ ୨୦୧୯ ଜାନୁୟାରୀରେ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ପୋଲିସ ଗୁଟ୍‌ଖା ତିଆରିରେ ବ୍ୟବହୃତ ବହୁ ମାରାତ୍ମକ ରାସାୟନିକ ଦ୍ରବ୍ୟ ସହିତ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଖୋଳ ଜବତ କରିଥିଲେ। ସେହିପରି ଡେରାବିଶ ପୋଲିସ ଗତ ୩ ବର୍ଷ ପୂର୍ବେ ବିଭିନ୍ନ କମ୍ପାନୀର ଜର୍ଦ୍ଦା ନିଆଯାଉଥିବା ଏକ ଟାଟା ମ୍ୟାଜିକକୁ ଜବତ କରିଥିଲା। ତେବେ ଦୁଇଦିନ ପରେ ସେହି ଗାଡ଼ି ଥାନାରୁ ଉଭାନ ହୋଇଥିବା ବେଳେ ମାମଲାକୁ ନେଇ ସ୍ଥାନୀୟ ଲୋକ ସନ୍ଦିହାନ ଅଛନ୍ତି। ସଦରଥାନା ଅନ୍ତର୍ଗତ ଦୁହୁରିଆଠାରେ ଏକ ଜର୍ଦ୍ଦା ଗୋଦାମ ଚଢ଼ାଉ ପରେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ନିଷ୍କ୍ରିୟ ହୋଇପଡିଛି। ତଦାରଖ ନ ଥିବାରୁ ଏହି ବେପାର ବଢ଼ି ଚାଲିଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ଗୁଟ୍‌ଖା, ମଦ ଆଦି ଦ୍ରବ୍ୟ କେନ୍ଦ୍ରାପଡ଼ା ଜିଲାରେ ବେଧଡ଼କ ବିକ୍ରି ଚାଲିଛି। ସ୍କୁଲ କଲେଜ, ମନ୍ଦିର ଆଦି ନିକଟରେ ଏହାର ଦୋକାନ ଖୋଲା ହୋଇଛି। ଏହାର ବହୁଳ ପ୍ରଚାର ପ୍ରସାର ଯୋଗୁ ନାବାଳିକା ନାବାଳକ ଆକର୍ଷିତ ହେଉଛନ୍ତି। ଜିଲାରେ ଏହି କାରବାରକୁ ରୋକିବା ପାଇଁ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଏଥିରେ ଫୁଡ୍‌ ଇନ୍ସପେକ୍ଟର, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ସଦସ୍ୟ ତଥା କର୍ମକର୍ତ୍ତା ଅଛନ୍ତି। ତେବେ ଧରପଗଡ଼ ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଭାରତରେ ମଦ୍ୟପାନ ହାର ୧୮.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହାର ହାର ୨୮.୮ ପ୍ରତିଶତ ରହିଥିବା ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ତମାଖୁ ସେବନରେ ମଧ୍ୟ ଓଡ଼ିଶା ଆଗରେ ଅଛି। ଦେଶରେ ୩୮ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଓଡ଼ିଶାରେ ୫୧.୬ ପ୍ରତିଶତ ଓ ମହିଳାଙ୍କ କ୍ଷେତ୍ରରେ ଦେଶରେ ୮.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୨୬ ପ୍ରତିଶତ ତମାଖୁ ସେବନ କରୁଛନ୍ତି। ତମାଖୁ ସେବନ ଓ ନକଲି ତମାଖୁର ପ୍ରସାରଣକୁ ରୋକିବା ପାଇଁ ଜନସଚେତନତା, ମେ’ ୩୧କୁ ତମାଖୁ ବର୍ଜନ ଦିବସ ସହିତ କୋଟପା ଆଇନ ୨୦୦୩, ଏଫ୍‌ଏସ୍‌ଏସ୍‌ଆଇ ଆଇନ ୨୦୦୬ ପ୍ରଣୟନ ହୋଇଛି। ଏଥିସହିତ ଗୁଟ୍‌ଖା ବ୍ୟବସାୟକୁ ବେଆଇନ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ବ୍ୟବସାୟ ବୃଦ୍ଧି ଜନଜୀବନ ଉପରେ ପ୍ରଭାବ ପକାଇଛି। ଡା. ବୀରେନ୍ଦ୍ର କୁମାର ଦାଶ କହିଛନ୍ତି, ଏବେ ମୁଖଗହ୍ବର କର୍କଟ ରୋଗ ବଢ଼ିବାରେ ଲାଗିଛି। ଗୁଟ୍‌ଖାର ବହୁଳ ବ୍ୟବହାର ରୋକା ନ ଗଲେ ଏହି ରୋଗ ଅଧିକ ହେବ। ମୁହଁ ଘାଆ ଶୀଘ୍ର ନ ଶୁଖିବା, ମୁଖ ମଧ୍ୟରେ ଧଳା ଆସ୍ତରଣ ସୃଷ୍ଟି ହେବା, ଦାନ୍ତ ଭାଙ୍ଗିବା, ମୁଖ ଖୋଲିବା ସମୟରେ କଠିନ ଲାଗିବା, ମୁହଁ, କାନରେ ବିନ୍ଧା ହେବା, ଖାଇବା ସମୟରେ ଗଳାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ବ୍ୟାନ୍‌ ହୋଇଥିବା ଗୁଟ୍‌ଖା ଓ ନକଲି ଜର୍ଦ୍ଦା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ତମାଖୁ ସେବନକୁ ରୋକିବା ପାଇଁ ଜନସଚେତନତା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର

କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ...

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri