ଜୟପୁର,୨୧।୯: ରାଜସ୍ଥାନର ରାଜଧାନୀ ଜୟପୁରର ମାଲଭିଆ ନଗରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଯୁବକ ଖାଉଥିବା ବର୍ଗରରୁ ବିଛା ବାହାରିଛି। ଏନେଇ ସେ ରେଷ୍ଟୁରାଣ୍ଟ ଅପରେଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ରେଷ୍ଟୁରାଣ୍ଟ କର୍ମଚାରୀମାନେ ସମ୍ପକୃକ୍ତ ଗ୍ରାହକଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ରେଷ୍ଟୁରାଣ୍ଟ ଅପରେଟର ଏବଂ କର୍ମଚାରୀଙ୍କ ସହ ବିବାଦ ପରେ କିଛି ସମୟ ପରେ ସମ୍ପୃକ୍ତ ଗ୍ରାହକଙ୍କ ଅବସ୍ଥା ଖରାପ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି। ଏହା ପରେ ସମ୍ପୃକ୍ତ ଯୁବକ ଜବାହର ସର୍କଲ ପୋଲିସ ଷ୍ଟେଶନରେ ରେଷ୍ଟୁରାଷ୍ଟ ମ୍ୟାନେଜରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ସୂଚନାନୁସାରେ, ବିମାନବନ୍ଦର ରୋଡ୍ର ଶାନ୍ତି କଲୋନୀ ନିବାସୀ ୨୨ ବର୍ଷୀୟ ତରୁଣ ୧୭ ସେପ୍ଟେମ୍ବର ରାତିରେ ନିଜ ସାଙ୍ଗଙ୍କ ସହ ଏକ ରେଷ୍ଟୁରାଣ୍ଟରେ ବର୍ଗର ଖାଇବାକୁ ଯାଇଥିଲେ। ସେଠାରେ ସେ ଦୁଇଟି ବର୍ଗର ମଗାଇଥିଲେ। କାଗଜରେ ପ୍ୟାକ ହୋଇଥିବା ବର୍ଗରଖୋଲିବା ପରେ ସେ ଅଧା ଅଂଶ ଚୋବାଇବା ମାତ୍ରେ ପାଟି ଭିତରକୁ କିଛି ଅଜବ ଜିନିଷ ଆସିବା ପରେ ଯୁବକ ସନ୍ଦେହରେ ବର୍ଗରକୁ ଦେଖିଥିଲେ।ଏହି ସମୟରେ, ହାତରେ ଧରିଥିବା ଅଧା ଖଣ୍ଡରେ କିଛି କଳା ପୋକ ଦେଖାଗଲ। ତରୁଣ ମଧ୍ୟ ତାଙ୍କ ପାଟିରେ ପୋତି ହୋଇଥିବା ଅଂଶ ବାହାର କଲେ। ତା’ପରେ ଏହା ଜାଣିବାକୁ ପାଇଲା ଯେ ବର୍ଗରରେ କଳା ବିଛା ମରିଯାଇଛି।