ଆଜି ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୩ା୧୨: ସବୁ ଉତ୍କଣ୍ଠା ଓ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାରଠାରୁ ଶ୍ରୀମନ୍ଦିର ଖୋଲିବ। ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍‌ ତିଆରି ସରିଥିବାବେଳେ ନାମ ପଞ୍ଜୀକରଣ ଓ ଫଟୋଉଠା ଲାଗି କାଉଣ୍ଟର ହୋଇଛି। ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)
ଅନୁଯାୟୀ ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରର ସଦସ୍ୟମାନେ ଶ୍ରୀମନ୍ଦିରକୁ ଯିବାର ଅନୁମତି ପାଇବେ। ଏହାପରେ ୨୬ରୁ ୩୧ ଯାଏ ପୁରୀ ସହରବାସୀ ଏବଂ ଜାନୁୟାରୀ ୩ରୁ ସର୍ବସାଧାରଣଙ୍କୁ ଦର୍ଶନ ସୁବିଧା ମିଳିବ। ଜାନୁୟାରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ। ୩ ତାରିଖଠାରୁ ଦର୍ଶନ ନିମନ୍ତେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ। ସେହିଭଳି ମାସ୍କ ପରିଧାନ, ସାନିଟାଇଜେଶନ ସହ ସାମାଜିକ ଦୂରତା ନିୟମ ମାନିବାକୁ ହେବ। ଶ୍ରଦ୍ଧାଳୁମାନେ ମାର୍କେଟ ଛକଠାରୁ ମୁଖ୍ୟ ବ୍ୟାରିକେଡ୍‌ ପର୍ଯ୍ୟନ୍ତ ଚାଲିଚାଲି ଯିବେ। ଶିଶୁ, ଗର୍ଭବତୀ, ବୃଦ୍ଧାବୃଦ୍ଧଙ୍କୁ ଦର୍ଶନ ପାଇଁ ନ ଆସିବାକୁ ପ୍ରଶାସନ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ...

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ଗଦା ଗଦା ସିସିଟିଭି କ୍ୟାମେରା...

ପୁଣି ଚର୍ଚ୍ଚାରେ ଭରତପୁର: ନୂତନ ଆଇଆଇସି କଲେ ଯଜ୍ଞ, ଲଙ୍କା, ଲେମ୍ବୁ ଲଗାଇ…

ଭୁବନେଶ୍ୱର,୨୩।୯:  ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଆଉ ଏକ ଫର୍ଦ୍ଦ   ଚର୍ଚ୍ଚାରେ ଜୋଡି ହୋଇଯାଇଛି।  ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି ।...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ବିରୂପା ବ୍ରିଜ୍‌ ଉପରେ  ସାଇକେଲ୍‌ ମୋବାଇଲ ରଖି …

କଟକ,୨୩।୯: ବିରୂପା ନଦୀକୁ ଡେଇଁ ଜଣେ ଛାତ୍ର ନିଖୋଜ ଅଛନ୍ତି। ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲାରେ।...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ…

ଭୁୁବନେଶ୍ୱର,୨୩।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri